ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଲୁଙ୍କୀ ନଦୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଫୁଲବାଣୀ,୨୪/୩ :   ପିଲା ସାଲୁଙ୍କି ନଦୀରୁ ଆଜି ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମୃତ ଶିଶୁର କୌଣସି ପରିଚୟ ମିଳି ନ ଥିବା ବେଳେ ଏହା କେଉଁ ପରିସ୍ଥିତିରେ ଏଠାକୁ ଭାସି ଆସିଛି, ସେ ନେଇ କିଛି ଜଣା ପଡିନାହିଁ। 

ସୂଚନା ଅନୁସାରେ, ଫୁଲବାଣୀ ସହର ଦେଇ  ବୋହି ଯାଇଥିବା ପିଲା ସାଲୁଙ୍କୀ ନଦୀର ଅପର ପାର୍ଶ୍ଵରେ ଆଜି ସକାଳେ ନିକଟସ୍ଥ ଡାକପାଲା ଗାଁର ସ୍ତ୍ରୀଲୋକ ମାନେ ଗାଧୋଇବା ପାଇଁ ଆସିଥିଲେ।   ଏହି ସମୟରେ ପାଣିରେ ଏକ ମୃତ ଶିଶୁ କନ୍ୟା ଭାସୁଥିବା ଦେଖିଥିଲେ । ଏ ନେଇ ଟାଉନ ଥାନାକୁ ଖବର ଦେଇଥିଲେ।  ପୋଲିସ  ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟିର କର୍ମୀ ପହଞ୍ଚି ମୃତ ଶିଶୁ କନ୍ୟାର ଶବକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ ଅଧିକ ତଦନ୍ତ ଚାଲିଥିବା ଟାଉନ ଥାନା ପକ୍ଷରୁ କୁହାଯାଇଛି।

ଆହୁରି ପଢନ୍ତୁ : ସ୍କୁଟି ଧକ୍କାରେ ସାଇକେଲ ଆରୋହୀ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.