ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତିରୁପତିରୁ ଘରକୁ ଫେରୁଥିଲେ, ଟ୍ରେନରୁ ଖସି ପଡି ବ୍ୟବସାୟୀଙ୍କ ମୃତ୍ୟୁ

ଫୁଲବାଣୀ,୨୦/୩ : ତିରୁପତିରୁ ଘରକୁ ଫେରୁଥିବା ବେଳେ ଆନ୍ଧ୍ରପ୍ରଦେଶ ବିଜୟନଗରମ ଠାରେ ଟ୍ରେନରୁ ଖସିପଡି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ବ୍ୟବସାୟୀ ଜଣକ ହେଲେ  ନଦୀଖଣ୍ଡି ସାହିର ଯୁବ ବ୍ୟବସାୟୀ ମୋହନ ସାହୁ(୪୨)। 

ସୁଚନା ଅନୁସାରେ, ମୋହନ ତାଙ୍କ ପିତା ଓ ପରିବାର ସହ ତିରୁପତି ବୁଲିବା ପାଇଁ ଯାଇଥିଲେ।  ରବିବାର ଦିନ ବୁଲାବୁଲି ସାରି ଟ୍ରେନ୍ ଯୋଗେ ଫେରୁଥ‌ିଲେ। ସୋମବାର ମଧ୍ୟରାତ୍ରରେ ସମସ୍ତେ ଶୋଇଥିବା ବେଳେ ମୋହନ ପରିସ୍ରା କରିବା ପାଇଁ ଟ୍ରେନର ଶୌଚାଳୟକୁ ଯାଇଥିଲେ। ଶୌଚାଳୟରୁ ବାହାରି ନିଜ ବର୍ଥକୁ ଫେରିବା ବାଟରେ ଗେଟ ପାଖରେ ପଡିଥ‌ିବା ପାଣିରେ ତାଙ୍କର ଗୋଡ ଖସିଯିବାରୁ ସେ ଟ୍ରେନ୍ ବାହାରକୁ ଖସି ପଡିଥିଲେ। ଫଳରେ ଟ୍ରେନର ଟ୍ରାକ୍ ଭିତରେ ପଡି ଯାଇଥିଲେ। ଏହାଦ୍ବାରା ତାଙ୍କ ସମ୍ପୁର୍ଣ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ପରେ ପରିବାର ଲୋକେ ତାଙ୍କୁ ନ ଦେଖି ଖୋଜାଖୋଜି କରିଥିଲେ। ସେତେବେଳକୁ ଟ୍ରେନଟି ପ୍ରାୟ ୭୦ କିମି ଆଗକୁ ଚାଲିଯାଇଥିଲା । ପରିବାର ଲୋକେ ଟ୍ରେନକୁ ଅଟକାଇ ଖୋଜାଖୋଜି କରିବା ପରେ ମୋହନ ବିଜୟନଗରମ ନିକଟରେ ପଡି ରହିଥ‌ିବା ସୂଚନା ମିଳିଥିଲା । ରେଳବାଇ ପୁଲିସକୁ ଖବର ଦିଆ ଯିବାରେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ବୁଧବାର ପରିବାରକୁ ହସ୍ତାନ୍ତର କରିଛି।

ଆହୁରି ପଢନ୍ତୁ : କୁଳଡିହା ଅଭୟାରଣ୍ୟରେ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ ଜବତ , ଜଣେ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.