ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଜୋରସୋରରେ ଚାଲିଛି ରଥଖଳା କାମ; ସରିଛି ଚକ ଅଖ ଫିଟିଂ, ଆରମ୍ଭ ହୋଇଛି ଧୂଳିଦଣ୍ଡା କାମ

ପୁରୀ, ୧୨।୬: ମଙ୍ଗଳବାର ତିନି ରଥର ସମସ୍ତ ଚକ ଅଖ ଫିଟିଂ ଶେଷ ହୋଇଛି । ଭଉଁରିରେ ୩ ନାହାକା ଅଖ ସହ ୬ ନାହାକା ଚକ ଯୋଡ଼ା ହୋଇଥିଲା । ମଙ୍ଗଳବାର ଅବଶିଷ୍ଟ ୩୬ ଚକ ସହ ୧୮ ଅଖ ସଂଯୋଗ ହୋଇଛି । ରଥ ନିର୍ମାଣ ପରମ୍ପରାରେ ଏହା ହେଉଛି ଚକ ଡ଼େରା କାର୍ଯ୍ୟ । ଆଜି ରଥର ଧୂଳିଦଣ୍ଡା କାମ ଆରମ୍ଭ ହୋଇଛି । ପ୍ରତି ରଥର ୨ ଟି ଲେଖାଏଁ ଧୂଳି ଦଣ୍ଡା ତିଆରି ହେବ । ପ୍ରଭା ପଛକୁ ରହିବ ଧୂଳିଦଣ୍ଡା । ପ୍ରଭା ହେଉଛି ସିଂହାସନର ଏକ ଅଂଶ । ଆସନ୍ତା ୨୨ ତାରିଖ ଶନିବାର ସ୍ନାନପୂର୍ଣ୍ଣିମା । ଏହା ପୂର୍ବରୁ ରଥରେ ଚାରି ନାହାକା ଉଠିବ । ଏଣୁ ଏସବୁ ଏହାର ପ୍ରାକ୍‌ ପ୍ରସ୍ତୁତି । ସକାଳେ ବିଶ୍ୱକର୍ମାମାନେ ଚକରେ ଦାଗ ଦେଇ ନମ୍ବରିଂ କରିଥିଲେ । 

ସେହି ଅନୁସାରେ ଭୋଇସେବକମାନେ ନିଜସ୍ୱ କୌଶଳରେ ଚକରେ ଅଖ ସଂଯୁକ୍ତ କରି ଚକ, ଅଖ ଡ଼େରା ବିଧି ସମ୍ପନ୍ନ କରିଥିଲେ । ତାଳଧ୍ୱଜ ରଥର ୧୪ ଚକ ସହିତ ୭ ଅଖ, ନନ୍ଦିଘୋଷ ରଥର ୧୬ ଚକ ସହିତ ୮ ଅଖ ଓ ଦେବୀ ରଥ ରଥର ୧୨ ଚକ ସହ ୬ ଅଖ ସଂଯୁକ୍ତ ହୋଇଛି । ଅଖ ଉପରେ ଦଣ୍ଡା, ତା’ଉପରେ ଗରଗରା ରହି ଏହା ଉପରେ ଚାରି ନାହାକା ଉଠିବ । ଗରଗରା ବିନ୍ଧ ଖୋଦେଇ ସାରିଛନ୍ତି ବିଶ୍ୱକର୍ମା । ରଥ ତ୍ରୟର ୩୩ କୋଣ ଗୁଜରେ ସିଂହ ବିରାଳ ଖୋଦେଇ ସରି ପଲିସି କାର୍ଯ୍ୟ ସାରୁଛନ୍ତି ରୂପକାର ସେବକ । ଏବେ ବେଦି ସିଂହାସନ ମୁହାଁଟରେ ଚିତ୍ର ଖୋଦେଇ କରୁଛନ୍ତି । କରତି ସେବକ ଗୟଳ ଚିରଟ ଜାରି ରଖିଛନ୍ତି । ନନ୍ଦିଘୋଷର ପୋଲ ଗୟଳ ପରେ ଏବେ ଦର୍ପଦଳନ ଗୟଳ କାମ ଚାଲିଛି । ଏଥିସହ ଦୋଳବେଦିସ୍ଥିତ ଅସ୍ଥାୟୀ ଶାଳରେ ଓଝା ସେବକମାନେ ଆବଶ୍ୟକ ପରିମାଣର ଦଣ୍ଡା କଣ୍ଟା, ଗୟଳ କଣ୍ଟା ଓ ଯୋକା କଣ୍ଟା ପ୍ରସ୍ତୁତ କରୁଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.