ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ତାରିଖ ଧାର୍ଯ୍ୟ, ଲାହୋରରେ ଖେଳିବ ଟିମ୍‌ ଇଣ୍ଡିଆ ?

ନୂଆଦିଲ୍ଲୀ: ଆଇସିସିର ଆଗାମୀ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜକ ପାକିସ୍ତାନ । କିନ୍ତୁ ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଜୋରଦାର କରିଛି । ଚାମ୍ପିୟନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ସସପେନ୍ସ ଜାରି ରହିଛି ।  ଏହି ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ ତାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ, ଚାମ୍ପିୟନ୍ସ ଟ୍ରଫି ୨୦୨୫ ରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ପାଇଁ ମାର୍ଚ୍ଚ ୧ ତାରିଖ ସ୍ଥିର କରିଛି ।

 ପିଟିଆଇର ରିପୋର୍ଟ ଅନୁସାରେ, ଆଇସିସି ବୋର୍ଡର ଜଣେ ବରିଷ୍ଠ ସଦସ୍ୟ ସୂଚନା ଦେଇଛନ୍ତି ଯେ ଭାରତ ଏବଂ ପାକିସ୍ତାନ ଟିମ୍ ମଧ୍ୟରେ ମ୍ୟାଚ୍ ମାର୍ଚ୍ଚ ୧ରେ ଲାହୋରରେ ଖେଳାଯିବ । କିନ୍ତୁ ବିସିସିଆଇ ଏବେ ସୁଦ୍ଧା ମ୍ୟାଚ ସଂପର୍କରେ କୌଣସି ସୂଚନା ଦେଇ ନାହିଁ । ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ଯାଏ ଖେଳାଯିବ ।  ମାର୍ଚ୍ଚ ୧୦କୁ ରିଜର୍ଭ ଡେ ଭାବରେ ରଖାଯାଇଛି । ରିପୋର୍ଟ ଅନୁସାରେ ଭାରତକୁ ଗ୍ରୁପ ଏରେ ପାକିସ୍ତାନ, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ସହ ରଖାଯାଇଛି । ଗ୍ରୁପ୍ ବିରେ ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା, ଇଂଲଣ୍ଡ ଏବଂ ଆଫଗାନିସ୍ତାନ ସାମିଲ ଅଛନ୍ତି । 

ଆଇସିସି ବୋର୍ଡର ଏକ ସଦସ୍ୟଙ୍କ ସୂଚନା ଅନୁସାରେ, ୧୫ ମ୍ୟାଚ୍‌ ବିଶିଷ୍ଟ ଚାମ୍ପିୟନ୍ସ ଟ୍ରଫି ପାଇଁ ଡ୍ରାଫ୍ଟ ଜମା କରିସାରିସାରିଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) । ଲାହୋରରେ ୭ଟି ମ୍ୟାଚ୍‌ ହେବାକୁ ଥିବା ବେଳେ କରାଚିରେ ୩ ଏବଂ ରାଓ୍ବଲପିଣ୍ଡିରେ ୫ଟି ମ୍ୟାଚ୍‌ ଖେଳାଯିବ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଭାରତର ସବୁ ମ୍ୟାଚ୍‌ ଲାହୋରରେ ହେବାକୁ ଯାଉଛି । ଚାମ୍ପିୟନ୍ସ ଟ୍ରଫିର ଉଦଘାଟନୀ ମ୍ୟାଚ କରାଚିରେ ଖେଳାଯିବ ।  ଦୁଇଟି ସେମିଫାଇନାଲ୍‌ ମ୍ୟାଚ୍‌ କରାଚି ଏବଂ ରାଓ୍ବଲପିଣ୍ଡିରେ ହେବାକୁ ଥିବା ବେଳେ ଫାଇନାଲ୍‌ ମ୍ୟାଚ୍‌ ଲାହୋରରେ ଖେଳାଯିବ ବୋଲି କୁହାଯାଉଛି । 

 

  • Team India
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.