ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ମାଛ ଧରିବାକୁ ଯାଇ ପାଣିରେ ବୁଡି ମତ୍ସ୍ୟଜୀବୀ ମୃତ

Published By : Prameya | June 10, 2024 9:24 PM

ମୋରଡା, ୧୦।୬ : ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଗଡିଆ ପଞ୍ଚାୟତ ଅଧୀନ ଫୁଟୁକିଶୋଳ ଗ୍ରାମରେ ମାଛ ଧରିବାକୁ ଯାଇ ଜଣେ ମତ୍ସ୍ୟଜୀଵୀ ଚାଙ୍ଗୁଆ ବନ୍ଧରେ ବୁଡି ମୃତ୍ୟୁ ଘଟିଛି। 

ମିଳିଥିବା ସୂଚନା ଅନୁସାରେ ଫୁଟିକିଶୋଳ ଗ୍ରାମର ଲକ୍ଷ୍ମଣ ମହାକୁଡ଼ ପ୍ରତିଦିନ ଭଳି ଆଜି ମଧ୍ୟ ବନ୍ଧକୁ ମାଛ ଧରିବା ପାଇଁ ଯାଇ କୌଣସି କାରଣବଶତଃ ପାଣିରେ ବୁଡି ଯାଇଥିଲେ।  ତେବେ ଅପରାହ୍ନ ସମୟରେ ଲକ୍ଷ୍ମଣଙ୍କ ଶବ ପାଣିରେ ଭାସୁଥିବାର ଦେଖି ଗ୍ରାମବାସୀ ଲକ୍ଷ୍ମଣଙ୍କ ପରିବାରଙ୍କୁ ଖବର ଦେବାସହ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ସଙ୍ଗେ ସଙ୍ଗେ ଚିତ୍ରଡା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆସି ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ। ଖବର ପାଇଁ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବକୁ ବ୍ୟବଚ୍ଛେଦ ପାଇଁ ବାରିପଦା ହସ୍ପିଟାଲକୁ ପଠେଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.