ପୁରୀ, ୨୦।୧୧ : ମହାପ୍ରଭୁଙ୍କ ଦର୍ଶନ ବେଳେ ଅଭାବନୀୟ ଘଟଣା। ବ୍ୟାରିକେଡରେ ଠିଆ ହୋଇଥିବା ବେଳେ ଅଣନିଃଶ୍ବାସୀ ହୋଇପଡ଼ିଲେ ନାବାଳିକା। ଏହାପରେ ତାଙ୍କୁ ନିକଟସ୍ଥ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବ୍ୟାରିକେଡରେ ଠିଆ ହୋଇଥିଲେ। ଏହି ସମୟରେ ନାବାଳିକା ଜଣଙ୍କ ହଠାତ୍ ବେହୋସ୍ ହୋଇପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୀର୍ଘ ସମୟ ଧରି ବ୍ୟାରିକେଡ ଭିତରେ ଠିଆ ହୋଇଥିବାରୁ ବେହୋସ୍ ହୋଇପଡିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ଗଞ୍ଜାମ ଜିଲ୍ଲା ଓଡନଇ ଗାଁର ବୋଲି ଜଣାପଡ଼ିଛି।
ପାଣି ଟାଙ୍କିରୁ ବାହାରିଲା ୨ କଙ୍କାଳ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ କାର୍ତ୍ତିକ ମାସ ଚାଲିଥିବାରୁ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଙ୍ଗମ ହେଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଥିବା ମଧ୍ୟ କହୁଛି। ହେଲେ ବ୍ୟାରିକେଡ ଭିତରେ ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁ ଠିଆ ହୋଇ ରହୁଥିବା ବେଳେ ପ୍ରଶାସନ ସାମାନ୍ୟ ପାନୀୟ ଜଳର ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି।