ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିଚାଳନାରେ କ୍ୟୁଏସ୍‌ କମ୍ପାନୀର ଚଞ୍ଚକତା ! ୩ ଅଧିକାରୀଙ୍କଠୁ କୈଫିୟତ୍‌ ମାଗିଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର, ୧୫।୫: କ୍ୟାପିଟାଲ୍‌ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା ‘କ୍ୟୁଏସ୍‌’ କମ୍ପାନିର ମନମାନି ଓ ଚଞ୍ଚକତାକୁ ନେଇ ‘ପ୍ରମେୟ’ରେ ଖବର ପ୍ରକାଶ ପାଇଥିଲା । ଏହାପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କମ୍ପାନୀର ୩ ବରିଷ୍ଠ ଅଧିକାରୀଙ୍କୁ ଡାକି ଟେଣ୍ଡର ସର୍ତ୍ତରେ ଖିଲାପ କରିଥିବାରୁ ସେମାନଙ୍କଠାରୁ କୈଫିୟତ୍‌ ତଲବ କରିଛନ୍ତି । ଆଗାମୀ ଦିନରେ କମ୍ପାନୀ ତାର କାର୍ଯ୍ୟରେ ସୁଧାର ନ ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି । ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି, ରୋଗୀଙ୍କ ସ୍ୱାର୍ଥରେ ସାମାନ୍ୟତମ ଅବହେଳା ଓ ଚଞ୍ଚକତାକୁ ବରଦାସ୍ତ କରାଯିବ ନାହିଁ । ସୂଚନାଯୋଗ୍ୟ, ‘କ୍ୟୁଏସ୍‌’ କମ୍ପାନୀ ଚଳାଉଛି ମନମାନି । ଚଞ୍ଚକତା କରି ସ୍ୱାସ୍ଥ୍ୟ ବିଭାଗର ଅର୍ଥ ଲୁଟ୍‌ କରି ଚାଲିଛି । ସଫେଇ କାର୍ଯ୍ୟ ଠିକ୍‌ରେ ହେଉନି । ହସ୍ପିଟାଲରେ ନିୟମିତ ଚୋରି ବଢ଼ିଚାଲିଛି । କମ୍ପାନୀ ନିଜର ସିକ୍ୟୁରିଟି ଗାର୍ଡ ରଖିବା ପରିବର୍ତ୍ତେ ଭଡ଼ାରେ ‘ଟେରିୟର’ କମ୍ପାନିଠାରୁ ସିକ୍ୟୁରିଟି ଗାର୍ଡ ଆଣି ନିୟୋଜିତ କରିଛି । କମ୍ପାନୀର ଏଭଳି ଠକାମିକୁ ଧରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । 

ଅନ୍ୟପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷ କମ୍ପାନୀ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଦୈନିକ ମଜୁରି ୭ଟଙ୍କା ବୃଦ୍ଧି କରିଛନ୍ତି । ବର୍ଦ୍ଧିତ ଅର୍ଥ ବାବଦ ଟଙ୍କା କମ୍ପାନୀ ନେଇସାରିଛି । ହେଲେ କ୍ୟୁଏସ୍‌ ଏହି ବର୍ଦ୍ଧିତ ଟଙ୍କା କର୍ମଚାରୀଙ୍କୁ ପ୍ରଦାନ କରିନି । ସେହିପରି ହସ୍ପିଟାଲ ପରିସରରେ ହାଇଜିନିକ୍‌ ଫିନାଇଲ୍‌ ବ୍ୟବହାର ହେଉନି । ନିମ୍ନମାନର ଫିନାଇଲ୍‌ରେ ସଫା ହେଉଛି । ତେଣୁ ପରିସର ଦୁର୍ଗନ୍ଧରେ ଫାଟିପଡୁଛି । ପୁଣି ସଫେଇରେ କମ୍‌ କର୍ମଚାରୀଙ୍କୁ ନିୟୋଜିତ କରି କାଗଜପତ୍ରରେ ଅଧିକା ଦର୍ଶାଯାଉଛି । ‘କ୍ୟୁଏସ୍‌’ କମ୍ପାନି ହସ୍ପିଟାଲ ପରିଚାଳନା ପାଇଁ ମାସକୁ ୩ କୋଟି ଟଙ୍କା ନେଉଛି । ହେଲେ ରାଜ୍ୟବାସୀଙ୍କ ଅର୍ଥ ସଠିକ ମାର୍ଗରେ ଖର୍ଚ୍ଚ ହେଉନଥିବା ଅଭିଯୋଗ ହେଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.