ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପୁଲିସକୁ ବାଉଳା କରୁଛି ‘ସରାଇ ଆପ୍‌’, ଠିକ୍‌ ତଥ୍ୟ ଦେଉନାହାନ୍ତି ହୋଟେଲ କର୍ତ୍ତୃପକ୍ଷ

ଭୁବନେଶ୍ୱର, ୧୪/୦୮: ଗ୍ରାହକ ଓ ଆଗନ୍ତୁକଙ୍କ ତଥ୍ୟ ଜଣାଇବାକୁ ‘ସରାଇ’ ଆପ୍‌ ଖୋଲାଯାଇଛି । ହେଲେ ରାଜଧାନୀର କିଛି ହୋଟେଲ କର୍ତ୍ତୃପକ୍ଷ ଏଥିରେ ସଠିକ୍‌ ତଥ୍ୟ ଦେଉନାହାନ୍ତି । ହାତଗୁଞ୍ଜା ବଦଳରେ ଏସବୁ ହୋଟେଲ କର୍ତ୍ତୃପକ୍ଷମାନେ ଜାଣିଶୁଣି ଭୁଲ ତଥ୍ୟ ଦେଉଛନ୍ତି । ଯେଉଁଥିପାଇଁ କମିଶନରେଟ୍‌ ପୁଲିସ ବାଉଳା ହେଉଛି । ଅନ୍ୟ ଜିଲ୍ଲାରୁ ସହରକୁ ଆସୁଥିବା ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିପାରୁନି । ହୋଟେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ସରାଇ ଆପ୍‌ ତଥ୍ୟ ବିଶ୍ଲେଷଣରୁ ଜଣାପଡି଼ଛି, ଆଗନ୍ତୁକ ଓ ଅତିଥିଙ୍କ ତଥ୍ୟରେ ଅନେକ ଭୁଲ୍‌ ରହୁଛି । କିଛି ହୋଟେଲ କର୍ତ୍ତୃପକ୍ଷ ଜାଣିଶୁଣି ଅତିଥିମାନଙ୍କ ଏକ ନିର୍ଦ୍ଦିଷ୍ଟ ତାଲିକା ପ୍ରସ୍ତୁତ କରିଛନ୍ତି । ସେସବୁ ଅତିଥିମାନଙ୍କ ନାମ ଓ ଠିକଣାକୁ ସେମାନେ କିଛି ଦିନ ଅନ୍ତରାଳରେ ସରାଇ ଆପ୍‌ରେ ବାରମ୍ବାର ଭରୁଛନ୍ତି । ଅପରାଧୀ ଶ୍ରେଣୀୟ ଓ ଅନ୍ୟ ଲୋକଙ୍କଠାରୁ ହାତଗୁଞ୍ଜା ବଦଳରେ ଏଭଳି କାରନାମା ଚଳାଇଛନ୍ତି ହୋଟେଲ କର୍ତ୍ତୃପକ୍ଷ । 

ନିୟମ ଫାଙ୍କୁଥିବା ଏସବୁ ହୋଟେଲର ଏକ ତାଲିକା ପ୍ରସ୍ତୁତ କରିଛି କମିଶନରେଟ ପୁଲିସ । ସେମାନଙ୍କୁ ସଠିକ୍‌ ତଥ୍ୟ ଦେବା ପାଇଁ ତାଗିଦ୍‌ କରିଛି । ସହରରେ ଛୋଟବଡ଼ ଲଜ୍‌, ଗେଷ୍ଟ ହାଉସ ଓ ତାରକା ହୋଟେଲ ସଂଖ୍ୟା ପାଖାପାଖି ୨ ହଜାର ଛୁଇଁବ । ଏଥିରୁ ଅଧିକାଂଶ ହେଉଛି ଓୟୋ ହୋଟେଲ । ସହରର ଗଳିକନ୍ଦି ଆଉ ନିଛାଟିଆ ଜାଗାରେ ଛତୁ ଫୁଟିଲା ଭଳି ଓୟୋ ହୋଟେଲ ଖୋଲି ଚାଲିଛି । ମାତ୍ର ୪/୬ଟି ରୁମ୍‌ରେ ମଧ୍ୟ ଓୟୋ ହୋଟେଲ ଖୋଲୁଛନ୍ତି । ଅଧିକାଂଶ ଓୟୋ ହୋଟେଲ ମାଲିକ ସରାଇ ଆପ୍‌ରେ ପଞ୍ଜିକରଣ ପାଇଁ ପଛଘୁଞ୍ଚା ଦେଉଛନ୍ତି । ଯୁବକ ଓ ଯୁବତୀଙ୍କଠାରୁ ବିନା ତଥ୍ୟ ରଖି ଏମାନେ କୋଠରୀ ଯୋଗାଉଛନ୍ତି । ବେପାର ମାନ୍ଦା ହେବା ଆଶଙ୍କାରେ ଏମାନେ ନିୟମକୁ ଫୁ କରି ଦେଉଛନ୍ତି । ଶସ୍ତା ଦାମ୍‌ ଓ ଢ଼ିଲା ଚେକିଂ ଯୋଗୁଁ ଅପରାଧୀଙ୍କ ଆଶ୍ରୟସ୍ଥଳ ପାଲଟିଛି ‘ଓୟୋ’ । ଏହାଦ୍ୱାରା ସରାଇ୍‌ ଆଇନ୍‌୧୮୬୭ର ଧଜିଆ ଉଡ଼ାଉଛନ୍ତି । ଫଳରେ ଅପରାଧୀ ହୋଟେଲକୁ ଆଡ୍ଡାସ୍ଥଳୀ ବନାଉଛନ୍ତି । ନାନା ଅପରାଧ ଭିଆଇ ସହର ପାର୍‌ ହୋଇଯାଉଛନ୍ତି । ଏହା ହେଉଛି ସରାଇ ଆପ୍‌ର ବାସ୍ତବ ଚିତ୍ର । 

୨୦୨୧ ଅଗଷ୍ଟ ୧୬ରେ ତତ୍‌କାଳୀନ ଡିସିପି ଡା. ଉମାଶଙ୍କର ଦାଶ ‘ସରାଇ’ ଆପ୍‌ର ଶୁଭାରମ୍ଭ କରିଥିଲେ । ସହରର ସବୁ ହୋଟେଲରେ ରହୁଥିବା ଅତିଥିଙ୍କ ତଥ୍ୟ ପୁଲିସ ହାତମୁଠାରେ ରହିବା ଉଦ୍ଦେଶ୍ୟରେ ଏହା ଖୋଲାଯାଇଥିଲା । ପୁଲିସ ସେଥିରୁ ସନ୍ଦିଗ୍ଧ ଅତିଥି କିମ୍ବା ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିପାରୁଛି । ହୋଟେଲ କର୍ତ୍ତୃପକ୍ଷ ଢ଼ିଲା ମାରିବା ଦେଖି ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ହୋଟେଲର ଯାଞ୍ଚକୁ କଡ଼ାକଡି଼ କରାଯାଇଛି । ୨୦୨୨ ମସିହା ମେ ମାସରେ ମୋଟ ୫୮ଟି ହୋଟେଲରେ ଯାଞ୍ଚ ହୋଇଥିଲା । ସେହିପରି ଗତବର୍ଷ ନିୟମିତ ଢ଼ଙ୍ଗରେ ଯାଞ୍ଚ କରାଯାଇଥିଲା ।

ବିଭିନ୍ନ ହୋଟେଲରେ ପୁଲିସର ଯାଞ୍ଚ

ସ୍ୱାଧୀନତା ଦିବସକୁ ଆଖି ଆଗରେ ରଖି କମିଶନରେଟ ପୁଲିସ ବିଭିନ୍ନ ହୋଟେଲ ଓ ଲଜରେ ଯାଞ୍ଚ କରିଛି । କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ସହିଦନଗର ଥାନା, ଲକ୍ଷ୍ମୀସାଗର ଥାନା ଏବଂ ବଡ଼ଗଡ଼ ଥାନା ପୁଲିସ ଏହି ଯାଞ୍ଚ ଚଳାଇଥିଲା । ଥାନା ଅଧୀନରେ ଥିବା ସମସ୍ତ ହୋଟେଲ ଗୁଡ଼ିକୁ ପୁଲିସ ଦଳ ଯାଇଥିଲା । "କେଉଁ ହୋଟେଲରେ କେତେ ଗ୍ରାହକ ଅଛନ୍ତି? କାହାର ଅପରାଧିକ ପୃଷ୍ଠଭୂମି ଅଛି କି ନାହିଁ ? ଏହିସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା । ଯେଉଁ ହୋଟେଲ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସରାଇ ଆପ୍‌ ବ୍ୟବହାର କରୁନାହାନ୍ତି । ସେମାନଙ୍କୁ ତୁରନ୍ତ ଆପ୍‌ ଡାଉନଲୋଡ କରି ଗ୍ରାହକ ମାନଙ୍କ ସମସ୍ତ ବିବରଣୀ ପଞ୍ଜୀକୃତ କରିବାକୁ ତାଗିଦ୍‌ କରାଯାଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.