ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ମହାକାଶରୁ କେମିତି ଦେଖାଯାଏ ରାମସେତୁ ? ବିଦେଶୀ ଏଜେନ୍ସି ସେୟାର କଲା ଫଟୋ

ନୂଆଦିଲ୍ଲୀ – ହିନ୍ଦୁ ଧର୍ମରେ ରାମସେତୁର ଖୁବ୍‌ ମହତ୍ତ୍ୱ ରହିଛି। କନ୍ୟାକୁମାରୀ ଠାରୁ ଶ୍ରୀଲଙ୍କା ମଧ୍ୟରେ ଏହି ସେତୁ ଆଦାମ ବ୍ରିଜ୍‌ ନାମରେ ମଧ୍ୟ ଜଣାଯାଏ। ଦୀର୍ଘ ଦିନରୁ ଏହାକୁ ନ୍ୟାସନାଲ ହେରିଟେଜ୍‌ କରିବାକୁ ମଧ୍ୟ ଦାବି କରାଯାଉଛି। ୟୁରୋପିଆନ ସ୍ପେସ ଏଜେନ୍ସି ରାମସେତୁର ଏକ ସାଟେଲାଇଟ୍‌ରୁ ନିଆ ଯାଇଥିବା ଖୁବ୍‌ ସୁନ୍ଦର ଫଟୋ ସେୟାର କରିଛି। ଏହି ଫଟୋ କୋପରନିକସ ସେଣ୍ଟିନଲ-୨ ସାଟେଲାଇଟ୍‌ରୁ ନିଆଯାଇଛି। 

କହିରଖୁଛୁ କି ଏଜେନ୍ସି ଅନେକ ସମୟରୁ ମହାକାଶରୁ ନିଆ ଯାଇଥିବା ପୃଥିବୀର ଫଟୋ ସେୟାର କରିଥାଏ। 

ରାମସେତୁ କଣ – 

ରାମସେତୁ ରାମେଶ୍ୱରମ ଠାରୁ ଶ୍ରୀଲଙ୍କାର ମନ୍ନାର ଦ୍ୱୀପ ଯାଏ ୪୮ କିଲୋମିଟରର ଲମ୍ୱ। ଏହି ରାମସେତୁ ଭାରତ ମହାସାଗରର ମନ୍ନାରର ସାଗରକୁ ବଙ୍ଗୋପସାଗରର ପାଲ୍କ ଷ୍ଟ୍ରେଟ୍‌ରୁ ବିଚ୍ଛିନ୍ନ କରିଥାଏ। ରାମାୟଣ ମହାକାବ୍ୟ ମୁତାବିକ, ଯେବେ ଶ୍ରୀରାମ ଶ୍ରୀଲଙ୍କାରେ ଆକ୍ରମଣ କରିଥିଲେ , ସେତେବେଳେ ତାଙ୍କର ବାନର ସେନା ରାମେଶ୍ୱରମରୁ ଶ୍ରୀଲଙ୍କା ଯାଏ ସମୁ୍ଦ୍ରରେ ବ୍ରିଜ୍‌ ତିଆରି କରିଥିଲେ। ବାଲ୍ମିକୀ ରାମାୟଣରେ କୁହାଯାଇଛି କି, ଅନେକ ଦିନର ଅଧ୍ୟୟନ ପରେ ବାନରମାନେ ଜାଣି ପାରିଥିଲେ କି , ପୋଲ କେଉଁ ସ୍ଥାନରେ ତିଆରି କରାଯିବା ଉଚିତ , ଯେଉଁଥିରୁ ଶ୍ରୀଲଙ୍କା ପହଞ୍ଚିବା ପାଇଁ ସବୁଠୁ କମ୍‌ ଦୂରତା ସ୍ଥିର କରିବାକୁ ହେବ।

ଅନେକ ଈସାଇଙ୍କ ମତରେ ଆଦମ ଏହି ପୋଲକୁ ତିଆରି କରିଥିଲେ ଏବଂ ଏଥିପାଇଁ ଏହାକୁ ଆଦମ ବ୍ରିଜ୍ କୁହାଯାଏ। ନାସା ପକ୍ଷରୁ ଏହାର ଫଟୋ ଜାରି କରାଯିବା ପରେ ବୈଜ୍ଞାନିକଙ୍କମାନେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଏହାପର ଠାରୁ ରାମସେତୁର ଆଲୋଚନ ଖୁବ୍‌ ହୋଇଛି। ହେଲେ ଆମେରିକୀୟ ପ୍ରତ୍ନତତ୍ତ୍ୱବିତ୍‌ ମାନେ ପୂର୍ବରୁ ବି ଦାବି କରିଥିଲେ କି, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସତରେ ପୋଲର ନିର୍ମାଣ କରାଯାଇ ଥିଲା। ଏହି ପୋଲର ପଥର ଭାସୁଥିଲା। ଏହା ଚୁନ ପଥର ଓ ଆଗ୍ନେୟଗିରିର ଲାଭାରୁ ତିଆରି ହୋଇଛି, ଯାହାକି ଭିତରୁ ଫମ୍ପା ଥାଏ ଏବଂ ଏଥିରେ ଛୋଟ ଛୋଟ ଛିଦ୍ର ଥାଏ। ଘନତ୍ୱ କମ୍‌ ହେବା କାରଣରୁ ଏହା ପାଣିରେ ଭାସିଥାଏ।

ବୈଜ୍ଞାନିକମାନେ କହୁଥିଲେ କି, ପାଖାପାଖି ୫୦୦ ବର୍ଷ ପୂର୍ବେ ଏହି ପୋଲ ସମୁଦ୍ର ଉପରେ ରହିଥିବ। ହେଲେ ପ୍ରାକୃତିକ ବିପର୍ଯ୍ୟୟ , ବନ୍ୟା ଏହାକୁ ଭାଙ୍ଗି ଦେଇଛି ଏବଂ ଏହା କିଛି ଫୁଟ ପାଣି ଭିତରକୁ ଚାଲି ଯାଇଛି। ଏହା ବ୍ୟତୀତ ଗ୍ଲୋବାଲ ୱାର୍ମିଂ କାରଣରୁ ମଧ୍ୟ ଆଣ୍ଟାର୍କଟିକାର ବରଫ ତରଳୁ ଅଛି ଏବଂ ସମୁଦ୍ର ଜଳର ସ୍ତର ବଢୁଛି। ଏଥିରେ ଅନେକ ପୁରୁଣା ଷ୍ଟ୍ରକଚର ସମୁଦ୍ରରେ ବୁଡ଼ିବାରେ ଲାଗିଛି। ୨୦୦୫ରେ ୟୁପିଏ ସରକାର ବେଳେ ଏଠାରେ ଏକ ଚ୍ୟାନେଲ ତିଆରି କରିବାର କଥା ଉଠିଥିଲା , ଏଥିପାଇଁ ରାମସେତୁର ଏକ ଭାଗ ଭଙ୍ଗା ଯିବାର ଥିଲା। ଏହାକୁ ନେଇ ଖୁବ୍ ବିରୋଧ ହୋଇଥିଲା। 

ଉକ୍ତ ପ୍ରୋଜେକ୍ଟର ସମର୍ଥନ କରୁଥିବା ଲୋକଙ୍କ କହିବା ହେଲା କି, ରାମସେତୁ କାରଣରୁ ଜାହାଜ ଗୁଡ଼ିକୁ ଅଧିକ ଦୂରତା ଯିବାକୁ ପଡୁଛି। ଯଦି ମଝିରେ ଚ୍ୟାନେଲ ଖୋଳା ଯାଏ ତ ୭୮୦ କିଲୋମିଟର ଦୂରତା ହ୍ରାସ ପାଇଯିବ। ବାସ୍ତିବକ , ଯେଉଁଠି ରାମସେତୁ ଅଛି ସେଠାରେ ସମୁଦ୍ରର ଦୂରତା ବହୁତ କମ୍‌ ଏବଂ ଏଥିରେ ବଡ଼ ବଡ଼ ଜାହଜ ସେହି ପଥ ଦେଇ ଯାଇ ପାରନ୍ତି ନାହିଁ। ପରେ ୨୦୦୭ରେ କୋର୍ଟ ଏହି ପ୍ରୋଜେକ୍ଟ ଉପରେ ରୋକ୍‌ ଲଗେଇ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.