ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ବାଣ ବିସ୍ଫୋରଣ ଘଟଣାର ପରବର୍ତ୍ତୀ ଶୁଣାଣି ଆଜି, ନିଆଯିବ ଜନସାଧାରଣଙ୍କ ମତାମତ

ପୁରୀ, ୭।୬: ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଶୁକ୍ରବାର ପୁରୀ ବାଣ ବିସ୍ଫୋରଣ ଘଟଣାର ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧.୩୦ ମିନିଟରେ ଏସଆରସି ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ଅନୁଷ୍ଠିତ ହେବ । ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ଅଧିକାରୀମାନଙ୍କର ଜମାନବନ୍ଦୀ ନେବେ ଏସଆରସି । ସେହିପରି ଅପରାହ୍ନ ୩.୩୦ ମିନିଟରୁ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ଜନସାଧାରଣଙ୍କ ମତାମତ ମଧ୍ୟ ନିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ଶୁଣାଣି ସମୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ ପି ପିନାକ ମିଶ୍ର ଓ ଏସଆରସି କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ ।

ବାଣ ଦୁର୍ଘଟଣା ସମ୍ପର୍କରେ ଏସଆରସିଙ୍କ ପକ୍ଷରୁ ଗତ ୫ ତାରିଖରୁ ତଦନ୍ତ ଆରମ୍ଭ ହୋଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଛି । ଭଉଁରୀ ଉତ୍ସବ ଦିନ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ ଶୁକ୍ରବାର ପୁରୀ ସର୍କିଟ ହାଉସଠାରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାର କାର୍ଯକ୍ରମ ରହିଛି । ପୂର୍ବରୁ ଏସଆରସି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଥିଲା ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସର୍କିଟ ହାଉସଠାରେ ଅନୁଷ୍ଠିତ ଶୁଣାଣିରେ ପ୍ରାୟ ୩୦ ଜଣ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ, ପ୍ରତ୍ୟକ୍ଷଦର୍ଶୀ, ଉଦ୍ଧାରକାରୀ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକମାନଙ୍କଠାରୁ ଘଟଣା ସମ୍ପର୍କରେ ଏସଆରସି ଜମାନବନ୍ଦୀ ନେବେ । କାହିଁକି ଓ କିପରି ଏହି ଘଟଣା ଘଟିଲା, କେଉଁ ବିଭାଗ ଦାୟିତ୍ୱରେ ତ୍ରୁଟି ରହିଥିଲା, ଆଗକୁ କିପରି ଏଥିପାଇଁ ସତର୍କ ରହିବା ସହ ଏଭଳି ଘଟଣାକୁ ପ୍ରତିହତ କରାଯାଇପାରିବ ସେ ସମ୍ପର୍କରେ ତଦନ୍ତ କରାଯିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.