କେନ୍ଦୁଝର ସଦର,୨୮/୯(ଆପ୍ର)ରାଜ୍ୟ ବ୍ୟାପୀ ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଜିଲ୍ଲାର ଆଠ ଶହରୁ ଊର୍ଦ୍ଧ୍ବ ନର୍ସ ମାନେ ୧୦ଦଫା ଦାବୀ ନେଇ ଧାରଣାରେ ବସି ଅନଶନ ଜାରି ରଖିଛନ୍ତି। ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ସ୍ଵାସ୍ଥ୍ୟ ଉପକେନ୍ଦ୍ର ଗୁଡ଼ିକରେ ରୋଗୀ ସେବା ପ୍ରଭାବିତ ହେଉଥିବାର ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ନର୍ସି କର୍ମଚାରୀ ସଂଘ ଆନ୍ଦୋଳନରୁ ଓହରିଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ସଂଘର ଦାବିକୁ ନେଇ ସରକାର ଆଲୋଚନା କରୁଛନ୍ତି । ସେଥିପାଇଁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନର୍ସିଂ କର୍ମଚାରୀ ସଂଘକୁ ଅନୁରୋଧ କରିଛନ୍ତି।