ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସାମାନ୍ୟ ବଚସାରୁ ହେଲା ଛୁରାମାଡ଼ ; ସାଙ୍ଗର ଛୁରାମାଡ଼ରେ ସାଙ୍ଗ ମୃତ

କୁଚିଣ୍ଡା,୨୬/୩ :  ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କେଛୁପାଣି ଗାଁରେ ଅଘଟଣ । ହୋଲି ଖେଳ ପରେ ସାଙ୍ଗ ସାଙ୍ଗ ମଧ୍ୟରେ ବଚସାରୁ ହୋଇଥିଲା ଗଣ୍ଡଗୋଳ । ଗଣ୍ଡଗୋଳ ପରେ ଛୁରାମାଡରେ ଦୁଇ ଜଣ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଗୋବିନ୍ଦପୁର ଓ ପରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ଗୋବିନ୍ଦପୁର ପୋଲିସ ଗିରଫ କରିଥିବା କୁଚିଣ୍ଡା ଏସଡିପିଓ କହିଛନ୍ତି । ମୃତକ ହେଲେ ଚିନ୍ମୟ ହାତୀ । 

ସୂଚନା ଅନୁସାରେ ଆଜି ଅପରାହ୍ନରେ ହୋଲି ଖେଳ ପରେ କେଛୁପାଣି ହରିଜନ ପଡାଠାରେ ଚିନ୍ମୟ ହାତୀ, ଦିପକ ସୁନାନୀ ସହ ପ୍ରମୋଦ ମହାନନ୍ଦଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ ଉତକ୍ଷିପ୍ତ ହୋଇ ପ୍ରମୋଦ ବାଦପଡାର ମେଘନାଦ ଛତ୍ରିଆଙ୍କୁ ଡାକିଥିବା କୁହାଯାଇଥିବାବେଳେ ଗଣ୍ଡଗୋଳ ଉଗ୍ରରୂପ ନେଇ ଛୁରାମାଡ ପର୍ଯ୍ୟନ୍ତ ଯାଇଥିଲା । ଛୁରାମାଡରେ ଚିନ୍ମୟ ହାତୀ ଓ ଦିପକ ସୁନାନୀ ଗୁରୁତର ହୋଇଥିଲେ। ଉଭୟଙ୍କୁ ପ୍ରଥମେ ଗୋବିନ୍ଦପୁର ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ହେଲେ ସେଠାରେ ଚିନ୍ମୟ ହାତୀଙ୍କ ମୃତ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଛୁରାମାଡ କରିଥିବା ଦୁଇ ଜଣକୁ ଗୋବିନ୍ଦପୁର ଥାନା ପୋଲିସ ଗିରଫ କରିଥିବା ଏସଡିପିଓ ଅମିତାଭ ପଣ୍ଡା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.