ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାଙ୍ଗିଗଲାଣି ପ୍ରିୟଦର୍ଶିନୀ ମାର୍କେଟର କାନ୍ଥ, ଛାତ ବାଡ଼; ମରାମତି କରୁନି କି କରିବାକୁ ଦେଉନି ବିଡିଏ

ଭୁବନେଶ୍ୱର, ୨୯।୫(ଅନୀଲକାନ୍ତ ଦାସ): କାନ୍ଥ ଭାଙ୍ଗି ଉପରେ ସିମେଣ୍ଟ ଫଲ୍ସ ଝୁଲୁଛି । ତଳେ ମାର୍କେଟରେ ଫଳ, ପରିବା, ସଉଦା କିଣୁଛନ୍ତି ଗ୍ରାହକ । ଦଲକାଏ ପବନ ହେଲେ ସିଧା ମୁଣ୍ଡରେ । ସେହିପରି ଅଳିଆ, ପାନ ଛେପ ଗଦା ହୋଇଛି । ପରିସ୍ରା କରିବାକୁ ଜାଗା ନାହିଁ । ଭୁବନେଶ୍ୱର ସିଆର୍‌ପି ଛକସ୍ଥିତ ପୁରାତନ ପ୍ରିୟଦର୍ଶିନୀ (ପିଡି) ମାର୍କେଟ କମ୍ପେ୍ଲକ୍ସ ଅବସ୍ଥା ଏମିତି ହେଲାଣି । ପ୍ରିୟଦର୍ଶିନୀ ମାର୍କେଟକୁ ୧୯୮୭ ମସିହାରେ ବିଡିଏ ନିର୍ମାଣ କରିଥିଲା । ମାର୍କେଟରେ ମୋଟ୍‌ ୧୪୪ଟି ଦୋକାନ ଘର ଏବଂ ୧୦୦ ପିଣ୍ଡି ରହିଛି । ଏହି ମାର୍କେଟ ଉପରେ ମୁଖ୍ୟତଃ ନୂଆପଲ୍ଲୀ ଓ ୟୁନିଟ୍‌-୮ ଅଞ୍ଚଳର ଲୋକେ ନିର୍ଭର କରନ୍ତି । ହେଲେ ଦୀର୍ଘ ଦିନ ହେବ ମାର୍କେଟ ଅବସ୍ଥା ଶୋଚନୀୟ ହୋଇପଡିଛି । ମାର୍କେଟର ଛାତ ଭାଙ୍ଗିଗଲାଣି । କାନ୍ଥରେ ଗଛ ଉଠିଛି । ପଲସ୍ତରା ଛାଡିଗଲାଣି । ଏହି ମାର୍କେଟ ବିଡିଏ ଅଧୀନରେ ଥିଲେ ମଧ୍ୟ ଏହାକୁ ମରାମତି କରାଯାଉନି । ମାର୍କେଟରେ ୨ଟି ଶୌଚାଳୟ ରହିଛି । ଗୋଟିଏ ଶୌଚାଳୟର ଅବସ୍ଥା ଖରାପ ହୋଇପଡିଛି । ଆର ଶୌଚାଳୟରେ ତାଲା ଝୁଲୁଛି । ଦୋକାନୀ ଏବଂ ଗ୍ରାହକ ବାହାରେ ପରିସ୍ରା କରୁଛନ୍ତି । ଦୁର୍ଗନ୍ଧରେ ଫାଟିପଡୁଛି ମାର୍କେଟ ଅଞ୍ଚଳ । ଦୋକାନ ପରିମଳ ଅବସ୍ଥା ଆହୁରି ଖରାପ । 

ଆଜବେଷ୍ଟସ ଉପରେ ଅଳିଆ ଗଦା ହୋଇ ରହି ପଚିଗଲାଣି । ପାନ ଛେପରେ କାନ୍ଥବାଡ ରଙ୍ଗ ଲାଲ୍‌ ହୋଇଗଲାଣି । ସଫା ହେଉନି । ଯେମିତି ମାର୍କେଟର କେହି ବାପାମା ନାହାନ୍ତି । ସେହିପରି ପିଇବା ପାଣି ନାହିଁ । ଏଠାରେ କୌଣସି ମୌଳିକ ସୁବିଧା ଯୋଗାଇ ଦେଉନି ବିଡିଏ । ମାର୍କେଟରେ ପାର୍କିଂ ସୁବିଧା ନାହିଁ । ତେଣୁ ଦୋକାନକୁ ଆସୁଥିବା ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ମାର୍କେଟ ଆଗରେ ଗାଡି ରଖିଲେ ଲମ୍ବା ଲାଇନ୍‌ ଲାଗୁଛି । ସେପଟେ ଡିଭାଇଡର୍‌ ହେବା ପରଠାରୁ ମାର୍କେଟ ଖାଁ ଖାଁ । ବେପାର ଏବେ ମାନ୍ଦା । ବିଡିଏ ସମସ୍ତ ଘରକୁ ଦୋକାନୀଙ୍କୁ ବିକ୍ରି କରିଦେଇଛି । ଏବେ ଦୋକାନୀ ଘର କିଣି ଅକଳରେ ପଡ଼ିଛନ୍ତି । ବିଡିଏ ଏହାର ମରାମତି କରୁନାହିଁ । ଦୋକାନୀଙ୍କୁ ମଧ୍ୟ ମରାମତି କରିବାକୁ ଅନୁମତି ଦେଉନାହିଁ । ଫଳରେ ଏବେ ଅକଳରେ ଦୋକାନୀ । ମାକେର୍ଟ ସଂଘର ସମ୍ପାଦକ ଅନିରୁଦ୍ଧ ପଣ୍ଡା କହିଛନ୍ତି, ଏହି ଦୋକାନ ଉପରେ ନିର୍ଭର କରି ପରିବାର ଚଳୁଛି । ଆମେ ବାରମ୍ବାର ବିଡିଏକୁ ଦୋକାନ ମରାମତି କରିବାକୁ ଲିଖିତ ଆକାରରେ ଜଣାଇଛୁ । ହେଲେ ବିଡିଏ କିଛି ଶୁଣୁନି । 

ଫଳରେ ଦୋକାନୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ କହିଛନ୍ତି, ଦୋକାନ ଇଲେକ୍ଟ୍ରିକ ବିଲ୍‌ ଏବେ ବିଡିଏ ଆଦାୟ କରୁଛି । ୟୁନିଟ୍‌ ପିଛା ୫ ଟଙ୍କା ବଦଳରେ ୧୫ ଟଙ୍କା ଅଧିକ ନେଉଛି । ସରକାର ମଧ୍ୟ ଏହି ସର୍ବପୁରାତନ ମାର୍କେଟ ଉପରେ ନଜର ପକାଉନାହାନ୍ତି । ଭୁବନେଶ୍ୱରରେ ସବୁ ବେସରକାରୀ ମାର୍କେଟ ଚକାଚକ୍‌ । ସବୁଠି ଶଙ୍ଗ ମଲମଲ ପଥର । ହେଲେ ସରକାରୀ ମାର୍କେଟ ଅବସ୍ଥା ସୁଧୁରୁନି । ମନୋବଳର ଅଭାବ ଯୋଗୁଁ ଏହା ଏହିପରି ପଡ଼ିରହିଛି । ତେବେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାବେଳେ କୌଣସି ପ୍ରତିକ୍ରିୟା ଦେବା ଠିକ୍‌ ହେବ ନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.