ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛିଣ୍ଡିଲାନି ଘରବାଡ଼ି ଭାଗ ବଣ୍ଟା; ଗଡ଼ିଲା ମୁଣ୍ଡ, ବଡ଼ ଭାଇକୁ ପିଟି ପିଟି ମାରିଦେଲେ ସାନ ଭାଇର ପରିବାର

ଢେଙ୍କାନାଳ, ୨୪।୩: ତୁଟିଲାନି ନିଜ ବାପ ଅଜା ଅମଳର ଘରବାଡ଼ି ଭାଗ ବଣ୍ଟା । ଏହାକୁ ନେଇ ଚାଲିଥିବା ବିବାଦରୁ ଆଜି ଗଡ଼ିଲା ବଡ଼ ଭାଇର ମୁଣ୍ଡ । ଏପରି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଉଁରିଆପାଳ ଗ୍ରାମରେ । ଗ୍ରାମର ତଳସାହି ବାସିନ୍ଦା ପଦ୍ମ ଚରଣ ମହାନ୍ତିଙ୍କୁ ରବିବାର ସକାଳେ ତାଙ୍କ ସାନ ଭାଇ, ପୁତୁରା ଓ ସାନ ବୋହୁ ଠେଙ୍ଗା ବାଡ଼ିରେ ନିସ୍ତୁକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ପଦ୍ମ ଚରଣ ମହାନ୍ତିଙ୍କର ମୃତ୍ୟୁ ଘଟିଛି । ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ସେପଟେ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । 

ସୂଚନା ମୁତାବକ, ମୃତ ପଦ୍ମଚରଣ ମହାନ୍ତି ତିନି ଭାଇ ଓ ତିନି ଭଉଣୀ । ଘରବାଡ଼ି ଭାଗବଣ୍ଟା   ନେଇ ମଝିଆ ଭାଇ ଅର୍ଥାତ୍ ହତ୍ୟାକାଣ୍ଡର ଅଭିଯୁକ୍ତ ବରୁଣ ମହାନ୍ତି ଜିଦ୍ ଧରିବାରୁ ଉଭୟ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ଏ ସମ୍ପର୍କରେ ମଧ୍ୟ ମାମଲା ସଦର ଥାନାକୁ ଯାଇଥିଲେ, କିନ୍ତୁ ପୁଲିସ ଗୁରୁତ୍ୱ ଦେଇ ନଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସାନଭାଇ । ଏପରିକି ତାଙ୍କ ମଝିଆ ଭାଇ ବରୁଣ ମହାନ୍ତି, ପୁଅ ଭବାନୀ ମହାନ୍ତି ଓ ବରୁଣଙ୍କ ପତ୍ନୀ ବିନତୀ ମିଶି ପଦ୍ମଚରଣଙ୍କୁ ପିଟି ପିଟି ମାରିଦେଇଥିବା ଅଭଯୋଗ ଉଠାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଛନ୍ତି । ପୁଲିସ ଶବ ବ୍ୟବଚ୍ଛେଦ କରି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.