ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଫିସ୍‌ ଟେବୁଲରେ ଭୁଲ୍‌ରେ ବି ରଖନ୍ତୁନି ଏହି ଗଛ, କ୍ୟାରିୟର୍ ଉପରେ ପଡ଼ିପାରେ ପ୍ରଭାବ...

ଭୁବନେଶ୍ୱର, ୪।୪: ଅନେକ ଲୋକ ସେମାନଙ୍କ ଅଫିସ୍ ଟେବୁଲ ବା ଡେସ୍କକୁ ସଜାଇବାକୁ ପସନ୍ଦ କରନ୍ତି । କେହି କେହି ଅଫିସ୍ ଟେବୁଲରେ ସଜାଇବାର ମୂର୍ତ୍ତି ରଖୁଥିବା ବେଳେ ଆଉ କେହି ବିଭିନ୍ନ ପ୍ରକାର ଗଛ ରଖିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ, କିଛି ଗଛକୁ ଅଫିସ୍ ଡେସ୍କରେ ରଖିବା ଅନୁଚିତ୍ । ଯଦିଓ ଏହି ଗଛଗୁଡ଼ିକ ବେଶ୍ ସୁନ୍ଦର ଦେଖାଯାଏ, ତଥାପି ଏହା ଜଣକର ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ଏଥିରୁ ବାହାରୁଥିବା ନକାରତ୍ମକ ଶକ୍ତି କ୍ୟାରିୟର୍ ଉପରେ ପ୍ରଭାବ ପକାଏ । 

ବାଉଁଶ :

ଅନେକ ଲୋକ ଅଫିସ୍ ଟେବୁଲରେ ବାଉଁଶ ଗଛ ରଖିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ, ଟେବୁଲ ଉପରେ ବାଉଁଶ ଗଛ ରଖିବା ଦ୍ୱାରା ଜଣେ ଅବସାଦ ମଧ୍ୟରେ ଗତି କରନ୍ତି । ସହକର୍ମୀଙ୍କ ସହ ମନୋମାଳିନ୍ୟ ଦେଖାଯାଏ । 

କାକ୍‌ଟସ୍ :

କଣ୍ଟାଯୁକ୍ତ କାକ୍‌ଟସ୍‌କୁ କେବେ ବି ଅଫିସ୍ ଡେସ୍କରେ ରଖନ୍ତୁନି । ଏଥିରୁ ବାହାରୁଥିବା ନକାରତ୍ମକ ଶକ୍ତି ଦ୍ୱାରା ଜଣକର କାର୍ଯ୍ୟ ପ୍ରଭାବିତ ହୁଏ । ଏହାଦ୍ୱାରା କାମରେ ମନଲାଗେ ନାହିଁ । ବେଳେବେଳେ ସ୍ଥିତି ଏପରି ଉପୁଜେ, ଯାହା ଦ୍ୱାରା ଜଣେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାମ ସାରିପାରନ୍ତି ନାହିଁ । 

ଘିକୁଆଁରୀ :

ଔଷଧୀୟ ଗୁଣଯୁକ୍ତ ଘି କୁଆଁରୀ ଗଛକୁ ଅଫିସ୍ ଟେବୁଲ୍ ଉପରେ ରଖିବା ଉଚିତ୍ ନୁହେଁ । ବାସ୍ତୁ ଅନୁସାରେ, ଏହାକୁ ଅଫିସ୍ ଡେସ୍କରେ ରଖିବା ଦ୍ୱାରା ଅନେକ ସମୟରେ କଳିଝଗଡ଼ା ସ୍ଥିତି ସୃଷ୍ଟି ହୋଇଥାଏ । ଜଣେ ଇଚ୍ଛା ନ କରି ମଧ୍ୟ ବାଦବିବାଦରେ ଶିକାର ହୋଇଥାନ୍ତି । 

ଗୋଲାପ :

ଗୋଲାପ ଫୁଲ ଦେଖିବାକୁ ଆକର୍ଷଣୀୟ ଲାଗୁଥିଲେ ସୁଦ୍ଧା ଏହାକୁ ସବୁବେଳେ ଘରେ ଲଗାଇବା ଉଚିତ୍ । ଅଫିସ୍‌ରେ ଗୋଲାପ ଗଛ ରଖନ୍ତୁ ନାହିଁ । ଏହି ଗଛକୁ ଅଫିସ୍‌ରେ ରଖିବା ଦ୍ୱାରା ମୁଡ୍ ସ୍ୱିଙ୍ଗ୍ ସମସ୍ୟା ଦେଖାଯାଏ । ଏଥିଯୋଗୁଁ ବେଳେବେଳେ ଜଣକର ମନରେ ନିରାଶ ଭାବ ଦେଖାଯାଇଥାଏ ।    

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.