ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବାଘ ଆତଙ୍କ ! ଗୋଠରୁ ଛେଳି ଟାଣିନେଲା ବାଘ, କୁକୁର ପଲ ଯୋଗୁଁ ବର୍ତ୍ତିଲେ ଛେଳି ଚରାଳି

ହିନ୍ଦୋଳ/ମହିଧରପୁର, ୦୧/୧୨ : ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସୀମାନ୍ତବର୍ତ୍ତୀ ହିନ୍ଦୋଳ ବନାଞ୍ଚଳର ପଡ଼ା ବେଲବଣିଆ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ । ଗୁରୁବାର ଅପରାହ୍ଣରେ ଗୋଠରୁ ଛେଳି ଟାଣି ନେଇଛି । ଛେଳି ଚରାଳିଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇବା ବେଳେ କୁକୁର ପଲ ଯୋଗୁଁ ସେ ଅଳ୍ପକେ ବାଘ ମୁହଁରୁ ବର୍ତ୍ତି ଯାଇଥିବା ଚର୍ଚ୍ଚା ହେଉଛି । 

ସୂଚନା ଅନୂଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ହାତୁରା ପଞ୍ଚାୟତ ପଡ଼ା ଗ୍ରାମର ଗଜିଆ ସାହୁ(୫୫) ସବୁଦିନ ପରି ଆଜି ମଧ୍ୟ ଛେଳିପଲ ଧରି ଚରାଇବାକୁ ନିକଟସ୍ଥ କଇପାହାଡ଼ ବେଲବଣିଆ ଜଙ୍ଗଲକୁ ଯାଇଥିଲେ । ପ୍ରାୟ ୫୦ ଛେଳି ସେ ଚରାଉଛନ୍ତି । ତାଙ୍କ ସହ ୫-୬ଟି କୁକୁର ବି ଜଙ୍ଗଲକୁ ଯାଇଥାନ୍ତି । ଆଜି ଅପରାହ୍ଣରେ ସେ ଛେଳିପଲକୁ ଅଡ଼େଇ ଘରମୁହାଁ ହେଉଥିବା ବେଳେ ଜଙ୍ଗଲରୁ ଏକ କଲରାପତରିଆ ବାଘ ଗୋଟିଏ ଛେଳିକୁ ଝାମ୍ପି ନେଇଥିଲା । ତଣ୍ଟିରୁ ଧରି ଝୁଣିବା ବେଳେ ଗଜିଆ ଭୟଭୀତ ହୋଇପଡ଼ିଥିଲେ ହେଁ ସାହସ ଜୁଟାଇ ଘଉଡ଼ାଇବାକୁ ପ୍ରୟାସ କରିଥିଲେ । ବାଘଟି ଛେଳିକୁ ଛାଡ଼ି ଗଜିଆଙ୍କ ଉପରକୁ ଝପଟି ପଡ଼ିଥିଲା । କୁକୁରପଲ ମେଳି ହୋଇ କଲରାପତରିଆ ଆଡ଼କୁ ଗୋଡ଼ାଇବାରୁ ବାଘଟି ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା । ଗଲା ବେଳେ ଗୋଟିଏ ଛେଳିକୁ ଧରି ପଳାଇଥିବା ଜଣାପଡ଼ିଛି । ପ୍ରଥମ ଛେଳିଟି ବାଘ ଆକ୍ରମଣରେ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ମଲା ଛେଳିକୁ ଧରି ଗଜିଆ ଭୟଭୀତ ଅବସ୍ଥାରେ ଘରକୁ ଫେରିଥିଲେ । ଘରକୁ ଫେରି ଆଉ ଦୁଇଟି ଛେଳି କମ୍‌ ଥିବା ଜାଣିବାକୁ ପାଇଥିଲେ । ଆଜିର ଘଟଣା ପୂର୍ବରୁ ବାଘ ଆଉ ଦୁଇଟି ଛେଳି ଖାଇଥିବା ସେ ସନ୍ଦେହ କରିଛନ୍ତି । ଏପରିକି ଅସ୍ପଷ୍ଟ ପାଦ ଚିହ୍ନରୁ ଏହା କଲରାପତରିଆ ବୋଲି ଅନୁମାନ କରାଯାଉଛି । ଏ ନେଇ ରେଞ୍ଜର୍‌ ଲୋହିତ ରଥଙ୍କ ସହ ଯୋଗାଯୋଗ କରାଯିବାରୁ କଲରାପତରିଆ ବାଘର ଉପସ୍ଥିତି ନେଇ ସେ କୌଣସି ସ୍ପଷ୍ଟ କରିନାହାନ୍ତି । ମୃତ ଛେଳିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ସତ୍ୟତା ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି । 

ତେବେ ବନ ବିଭାଗ ଏ ସମ୍ପର୍କରେ ସ୍ପଷ୍ଟ କରୁ ନ ଥିଲେ ହେଁ ବାଘକୁ ନେଇ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗତ ବର୍ଷ ଏହିଭଳି ଭାବେ ଗୁରିଲୋରେ ବାଘ ଆତଙ୍କ ଲାଗି ରହିଥିଲେ ମଧ୍ୟ ବନ ବିଭାଗ ଅସ୍ୱୀକାର କରିଆସୁଥିଲା । ହେଲେ ଦିନ କେଇଟା ପରେ ନିକଟସ୍ଥ ବାରିହାରଗଡି ଗ୍ରାମ୍ୟ ଜଙ୍ଗଲରେ ବିଦ୍ୟୁତ୍‌ ଫାଶ ସଂସ୍ପର୍ଶରେ ଆସି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.