ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆକସ୍ମିକ ମୁଣ୍ଡବିନ୍ଧାରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହି ୪ଟି ଉପାୟ...

ଭୁବନେଶ୍ୱର, ୨୭।୫: ଅନେକ ସମୟରେ ଆମର ଆକସ୍ମିକ ମୁଣ୍ଡବିନ୍ଧା ହୋଇଥାଏ । ଅଧିକ କାମର ଚାପ, ଡିହାଇଡ୍ରେସନ୍, ରାତିଦିନ ନଶୋଇ କାମ କରିବା ଦ୍ୱାରା ଆକସ୍ମିକ ଭାବରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ । ଏହା ଆପଣଙ୍କୁ ବ୍ୟସ୍ତ ବିବ୍ରତ କରିଦେଇଥାଏ । ଏଥିରୁ ବଞ୍ଚିବା ପାଇଁ ୪ଟି ଘରୋଇ ଉପାୟ ଆପଣଙ୍କ ପାଇଁ ସହାୟକ ହୋଇପାରିବ । ଯାହା ସାହାଯ୍ୟରେ ଆପଣଙ୍କୁ ମୁଣ୍ଡବିନ୍ଧାରୁ ବହୁ ମାତ୍ରାରେ ଆରାମ ମିଳିପାରିବ । ଜାଣିରଖନ୍ତୁ ଏହି ୪ଟି ଘରୋଇ ଉପାୟ... 

ତୁଳସୀ ଏବଂ ଅଦାର ଜୁସ୍ :

ମୁଣ୍ଡବିନ୍ଧାରେ ତୁଳସୀ ଓ ଅଦାର ଜୁସ୍ ବହୁତ ଲାଭପ୍ରଦ । ତୁଳସୀ ଏବଂ ଅଦାର ରସ ବାହାର କରି, ଅଳ୍ପ ପାଣିରେ ମିଶାଇ ଦିଅନ୍ତୁ । ଏହାକୁ ଫୁଟାଇ ପିଇଲେ ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ । 

ବରଫର ସେକ ଦିଅନ୍ତୁ :

କିଛି ବରଫଖଣ୍ଡକୁ ନେଇ ଏକ ପଲିଥିନ୍ ବା କପଡ଼ାରେ ରଖି ମୁଣ୍ଡରେ ଘସନ୍ତୁ । ଏହାଦ୍ୱାରା ଆପଣଙ୍କୁ ବହୁତ ଆରାମ ମିଳିବ । କିନ୍ତୁ, ଏହାକୁ ୧୦ ମିନିଟ୍‌ରୁ ଅଧିକ କରନ୍ତୁ ନାହିଁ । 

ପାଣି ପିଅନ୍ତୁ :

କମ୍ ପାଣି ପିଇବା ମଧ୍ୟ ମୁଣ୍ଡବିନ୍ଧାର ଏକ କାରଣ ହୋଇପାରେ । ଏପରି ଅବସ୍ଥାରେ ଆପଣ ଅଧିକରୁ ଅଧିକ ପାଣି ପିଅନ୍ତୁ । ଏହାଛଡ଼ା ଚା’ ଓ କଫିର ଅଧିକ ସେବନ ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଥାଏ । ତେବେ ଏସବୁର ସେବନ କମ୍ କରନ୍ତୁ । 

ନିଦ ପୂରଣ କରନ୍ତୁ :

ଯଦି ଆପଣ ୮ଘ ଣ୍ଟାରୁ କମ୍ ଶୋଉଛନ୍ତି, ତେବେ ଏହା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଥାଏ । ଏଥିପାଇଁ ନିଜ ନିଦକୁ ସମ୍ପୂର୍ଣ୍ଣ କରନ୍ତୁ । ଏସବୁ କରିବା ଦ୍ୱାରା ଆପଣ ମୁଣ୍ଡବିନ୍ଧାରୁ ରକ୍ଷା ପାଇପାରିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.