କୋଲକାତା,୨।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ତୃଣମୂଳ କଂଗ୍ରେସର ୩ ଟିଭି ଚ୍ୟାନେଲ ବିରୋଧରେ ଆକ୍ସନ। ଦଳ ଏବେ ଏହି ତିନି ଚ୍ୟାନେଲ ଉପରେ ‘ବଙ୍ଗଳା ବିରୋଧି ଏଜେଣ୍ଡା’ ଚଳାଯିବାର ଅଭିଯୋଗ କରିଛି। ଏହା ସହ ସ୍ପଷ୍ଟ କରିଛି ଏହି ଚ୍ୟାନେଲରେ ପାର୍ଟି ମୁଖପାତ୍ରଙ୍କୁ ପଠାଯିବନି। ଅନ୍ୟପକ୍ଷେ ବିଜେପି ଟିଏମ୍ସି ଉପରେ ଫ୍ରି ସ୍ପିଚ୍ର ବିରୋଧ ହେବା ନେଇ ଅଭିଯୋଗ କରିଛନ୍ତି।
ଟିଏମ୍ସି ଏବିପି ଆନନ୍ଦ, ରିପବ୍ଲିକ୍ ଓ ଟିଭି ୯ରେ ମୁଖପାତ୍ରଙ୍କୁ ପଠାନଯିବାର ନିଷ୍ପତ୍ତି ନେଇଛି। ପାର୍ଟି ଲେଖିଛି ଲଗାତାର ବଙ୍ଗଳା ବିରୋଧି ଏଜେଣ୍ଡାକୁ ପ୍ରୋପାଗଣ୍ଡା କରିବା କାରଣରୁ AITC ନିଜ ମୁଖପାତ୍ରଙ୍କୁ ଏବିପି ଆନନ୍ଦ, ରିପବ୍ଲିକ୍ ଓ ଟିଭି୯ ଭଳି ଚାନେଲକୁ ପଠାନଯିବାର ନିଷ୍ପତ୍ତି ନିଆଯାଇଛି। ଆମେ ବୁଝୁଛୁ ଯେ, ସେମାନେ ଦିଲ୍ଲୀରରେ ଥିବା ବଡ ବଡ ନେତାଙ୍କୁ ଖୁସି କରିବାକୁ ଚାହୁଁଛନ୍ତି।
ଟିଏମ୍ସି ପକ୍ଷରୁ କୁହାଯାଇଛି, ଆମେ ପଶ୍ଚିମବଙ୍ଗ ଲୋକଙ୍କୁ ଅନୁରୋଧ କରୁଛି ଏହି ପ୍ଲାଟଫର୍ମରେ ପାର୍ଟି ସମର୍ଥକ ଭାବରେ କହୁଥିବା ଲୋକଙ୍କୁ ଦେଖି ବିଶ୍ବାସ କରନ୍ତୁ ନାହିଁ। କାରଣ ଏମାନଙ୍କୁ ଦଳ ପକ୍ଷରୁ ମତଦେବାର କୌଣସି ଅଧିକାର ନାହିଁ। ବଙ୍ଗଳାର ଲୋକ ସବୁବେଳେ ଏହି ବାଂଲା ବିରୋଧି ମେଣ୍ଟକୁ ଅଗ୍ରାହ କରିସାରିଛନ୍ତି।