ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୋହା ଡାଏମଣ୍ଡ ଲିଗ୍‌ରେ ପଦାର୍ପଣ କରିବେ ଓଡ଼ିଆ ଜାଭେଲିନ ଖେଳାଳି କିଶୋର କୁମାର ଜେନା

ଭୁବନେଶ୍ୱର,୧୦/୦୫: ଆଜି ଏସୀୟ କ୍ରୀଡ଼ାରେ ରୌପ୍ୟ  ବିଜେତା ଓଡ଼ିଆ ଜାଭେଲିନ ଫିଙ୍ଗାଳି କିଶୋର କୁମାର ଜେନା ଦୋହା ଡାଏମଣ୍ଡ ଲିଗ୍‌ରେ ପଦାର୍ପଣ କରିବେ । ପ୍ରଥମ ଓଡ଼ିଆ ଭାବେ ସେ ଏହି ଗୌରବ ହାସଲ କରିବାକୁ  ଯାଉଛନ୍ତି । ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ସହ ବିଶ୍ୱର ଶ୍ରେଷ୍ଠ  ୯ ଜଣ ଜାଭେଲିନ ଫିଙ୍ଗାଳିଙ୍କ ସହ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ।  ଅଲିମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ମଧ୍ୟ ଦୋହାରୁ ସିଜନ ଆରମ୍ଭ କରିବାକୁ ଯାଉଛନ୍ତି । 

ଗତ ୬  ତାରିଖରେ ଆୟୋଜକଙ୍କ ପକ୍ଷରୁ ୧୦ ଜଣିଆ ଏଣ୍ଟ୍ରି ତାଲିକା  ପ୍ରକାଶ ପାଇଥିଲା । ଏଥିରେ ଭାରତରୁ ନୀରଜଙ୍କ ସହ  କିଶୋର ସାମିଲ ରହିଥିଲେ । ଏହି ଦୁଇ ଜଣଙ୍କ ସହ ଜାପାନର ରଡେରିକ ଜେନକି ଡିନ, ଫିନ୍‌ଲାଣ୍ଡର ଓଲିଭର ହେଲାଣ୍ଡର, ମଲଡୋଭାର ଆଡ୍ରିଆନ ମାରଡାରେ, ଲିଥୁଆନିଆର ଏଡିସ ମାତୁସେଭିସିୟସ, ଗ୍ରେନାଡାର ଆଣ୍ଡରସନ ପିଟର୍ସ, ଆମେରିକାର  କଟିସ ଥମ୍ପସନ, ଚେକ ଗଣରାଜ୍ୟର ଜାକୁବ ଭାଦଲେଜଚ  ଏବଂ ଜର୍ମାନୀର ଜୁଲିଆନ ୱେବର ତାଲିକାରେ ରହିଛନ୍ତି । ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟର ଏବଂ କିଶୋରଙ୍କ  ୮୭.୫୪ ମିଟର ରହିଛି । ପୂର୍ବରୁ ଉଭୟ ପ୍ୟାରିସ ଅଲିମ୍ପିକ୍ସକୁ  ଯୋଗ୍ୟତା ହାସଲ କରିସାରିଛନ୍ତି । ଭାରତୀୟ ସମୟ ରାତି  ୧୦ଟା ୧୨ ମିନିଟରୁ ଜାଭେଲିନ୍‌ ଥ୍ରୋ ଇଭେଣ୍ଟ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.