ନୂଆଦିଲ୍ଲୀ,୨୩/୦୮: ଭାରତୀୟ ମହିଳା ରେସ୍ ୱାକର ଭାବନା ଜାଠ୍ଙ୍କୁ ନାଡା (ଜାତୀୟ ଡୋପ୍ ନିରୋଧୀ ସଂସ୍ଥା) ୧୬ ମାସ୍ ପାଇଁ ସସ୍ପେଣ୍ଡ କରିଛି । ସେ ଡୋପ୍ ନିୟମ ଉଲ୍ଲଂଘନ କରିଛନ୍ତି । ୧୨ ମାସ ମଧ୍ୟରେ କେଉଁଠି ରହୁଛନ୍ତି ଓ କ’ଣ କରୁଛନ୍ତି ସେ ବିଷୟରେ ନାଡାକୁ ରିପୋର୍ଟ ପ୍ରଦାନ କରି ନଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ୨୦୨୨ରୁ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ୩ ଥର ନାଡା ପକ୍ଷରୁ କେଉଁଠି ଅଛନ୍ତି ପଚରା ଯାଇଥିଲା, କିନ୍ତୁ ଭୱନା କୌଣସି ଉତ୍ତର ଦେଇ ନଥିଲେ । ଶେଷରେ ନାଡାର ଶୃଙ୍ଖଳା କମିଟି ଭୱନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ୨୦୨୩ ବିଶ୍ୱ ଆଥଲେଟିକ୍ସରେ ସେ ଭାଗ ନେଇଥିଲେ ।
ହରିୟାଣା ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରିଥିଲେ ମୁଖ...