ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଷାକ୍ତ ଚେରମୂଳି ଔଷଧ ସେବନ: ରକ୍ତବାନ୍ତି କରି ଯୁବକଙ୍କ ମୃତ୍ୟୁ, ୨ ଗୁରୁତର

ଦଶମନ୍ତପୁର,୨୧/୦୩: ବିଷାକ୍ତ ଚେରମୂଳି ଔଷଧ ଖାଇ ଜଣେ ଯୁବକଙ୍କ  ମୃତ୍ୟୁ ହୋଇଛି ଓ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଗାଁର ଦିପାଡ଼ ନାୟକ(୪୭) ଏବଂ ଗୁରୁତର ୨ଜଣ ହେଲେ  ମଧୁ ମୁଦୁଲି(୪୦) ଓ ସମ୍ବାରୁ ମୁଦୁଲି(୩୫) । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ଗିର୍ଲିଗୁମ୍ମା ପଞ୍ଚାୟତ ଛତାଆମ୍ବ ଗାଁରେ । ଦୀର୍ଘ ୭ ଦିନ ପରେ ଏହି ଘଟଣା ପଦାକୁ ଆସିଛି ।  ଅନ୍ୟପକ୍ଷରେ ମୃତକଙ୍କ ସ୍ତ୍ରୀ ମରିଚିମତି ମୁଦୁଲି ଏ ସମ୍ପର୍କରେ ମୁରାନ ଫାଣ୍ଡିରେ ମୌଖିକ ଭାବେ  ଜଣାଇଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ୭ଜଣଙ୍କୁ  ଉଠାଇ ଆଣି ଫାଣ୍ଡିରେ ଅଟକ  ରଖି ପଚରାଉଚରା ପରେ ଛାଡ଼ି ଦେଇଥିଲା । ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ମନୁଆ ବିଡିକାଙ୍କୁ ପଚାରିବାରୁ ଛତାଆମ୍ବ ଗାଁରୁ ଏଭଳି କୌଣସି  ଏତଲା ଦିଆଯାଇ ନଥିବା କହିଛନ୍ତି ।  

ସୂଚନାଥାଉକି, ସପ୍ତାହେ ତଳେ ଅର୍ଥାତ୍‌ ଗତ ୧୩ ତାରିଖରେ ଗାଁର ବାରୁ ମୁଦୁଲିଙ୍କ ଝିଅ ବାହାଘର ଚାଲିଥିଲା । ରୋଷେଇ ଶାଳରେ କେତେକ  ଗ୍ରାମବାସୀ ଲନ୍ଦା ଓ ମଦ ପିଇ ଭୋଜି ରାନ୍ଧୁଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ଉପରୋକ୍ତ ୩ଜଣଙ୍କୁ ବିଷାକ୍ତ ଚେରମୂଳି ଔଷଧ ଖାଇବାକୁ ଦେଇଥିଲେ । ନିଶାରେ ଥିବା ଦିପାଡ଼ ଔଷଧକୁ ସମ୍ପୂର୍ଣ୍ଣ ଖାଇଥିବା ବେଳେ ମଧୁ ଓ ସମ୍ବାରୁ ଅଳ୍ପ ଖାଇଥିଲେ । ଏହାର କିଛି ସମୟ ପରେ  ୩ଜଣ ଯାକ ରକ୍ତବାନ୍ତି କରିଥିଲେ । ଛଟପଟ ହୋଇ ଘଟଣାସ୍ଥଳରେ ହିଁ  ଦିପାଡ଼ଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ମଧୁ ଓ ସମ୍ବାରୁ ଅସୁସ୍ଥ ହୋଇ  ପଡ଼ିଥିଲେ । ଏହାକୁ ନେଇ ଗାଁରେ ଏକ ବୈଠକ ବସିଥିଲା । ଆପୋଷ  ବୁଝାମଣା ପରେ ବି ବାଟ ଫିଟିନଥିଲା । ଶେଷରେ ଦିପାଡ଼ଙ୍କ ସ୍ତ୍ରୀ ମରିଚିମତି  ଘଟଣା ସମ୍ପର୍କରେ ମୁରାନ ଫାଣ୍ଡିରେ ମୌଖିକ ଭାବେ ଜଣାଇଥିଲେ ।  ସେଦିନ ଫାଣ୍ଡି କର୍ମଚାରୀ ଗାଁରେ ପହଞ୍ଚି ୭ଜଣଙ୍କୁ ଆଣି ଫାଣ୍ଡିରେ ଅଟକ  ରଖି ପଚରାଉଚରା କରିଥିଲେ । ବୁଝାମଣା ପରେ ସମସ୍ତଙ୍କୁ ଛଡ଼ାଯାଇଥିଲା ।  ଏ ସମ୍ପର୍କରେ ମରିଚିମୋତି କହିଛନ୍ତି, ଯେଉଁ ବ୍ୟକ୍ତି ତାଙ୍କ ସ୍ୱାମୀଙ୍କୁ ବିଷାକ୍ତ  ଚେରମୂଳି ଦେଇଛନ୍ତି, ଯଦି ତାକୁ ଗିରଫ କରାଯାଇଥିଲେ ହୁଏତ ତାଙ୍କ  ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ମିଳିବା ସହ ତାଙ୍କ ପରିବାରକୁ ନ୍ୟାୟ ମିଳିପାରନ୍ତା ।  ସେ ଏକା କେସ୍‌ ଲଢିପାରିବେ ନାହିଁ ବୋଲି ଦୁଃଖର ସହ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.