ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ପୁଣି ଲଜ୍ଜା: ଦୁଇ ସେନା ଅଧିକାରୀଙ୍କୁ ଲୁଟ୍ ପରେ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ, ୬ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଗିରଫ

ଇନ୍ଦୋର,୧୨।୯: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶକୁ ଲଜ୍ଜାରେ ମୁଣ୍ଡ ନୁଆଁଇ ଦେଇଛି। ଏହି ଘଟଣାର ମାସକ ପରେ ମଧ୍ୟ ପ୍ରଦେଶରେ ଆଉ ଏକ ଲଜ୍ଜାଜନକ ଘଟଣା।  ବନ୍ଧୁକ ମୁନରେ ଦୁଇ ଜଣ ଯୁବ ସେନା ଅଧିକାରୀଙ୍କୁ ଲୁଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ହୋଇଛି ଅଭିଯୋଗ । ଘଟଣାରେ ୬ ଜଣ ସମ୍ପୃକ୍ତ ଥିବା ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ନେଇ ଜଣାପଡିଛି।

ସୂଚନା ଅନୁସାରେ, ଇନ୍ଦୋର ନିକଟସ୍ଥ ମହୋ ଆର୍ମି କଲେଜରେ ଟ୍ରେନିଂ ନେଉଥିବା ଦୁଇ ଅଧିକାରୀ ନିଜର  ଦୁଇ ଜଣ ବାନ୍ଧବୀଙ୍କ ସହ ନାଇଟ୍‌ ଡ୍ରାଇଭ୍‌ରେ ବାହାରିଥିଲେ।  ପାଖରେ ଥିବା ପିକନିକ୍  ସ୍ପଟ୍ ଜାମ୍‌ଗେଟ୍‌କୁ ଯାଉଥିବା ବେଳେ ରାତି ପ୍ରାୟ ୨ଟା ୩୦ ମିନିଟ୍‌ରେ  ୬ ଜଣ ଦୁର୍ବୃତ୍ତ ସେମାନଙ୍କ ଗାଡ଼ି ଉପରେ ହମଲା କରିବା ସହ ବନ୍ଧୁକ ଏବଂ ଛୁରୀ ଦେଖାଇ ଭୟଭୀତ କରିଥିଲେ। ଏପରିକି ସେମାନଙ୍କୁ ମାଡ଼ ମାରି ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଦେବାକୁ ବାଧ୍ୟ କରିଥିଲେ। ଅନ୍ୟଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବୃତ୍ତମାନେ ୧୦ ଲକ୍ଷ ଟଙ୍କା ନେଇକି ଆସିଲେ ଅନ୍ୟ ଦୁହିଁଙ୍କୁ ଛାଡିବେ ବୋଲି କହିଥିଲେ। ଏହାପରେ ଦୁହେଁ ଅପରାଧିଙ୍କ ହାତରୁ ଖସି ଆର୍ମି ୟୁନିଟ୍ ଏବଂ ପୋଲିସକୁ ସୂଚନା ଦେଇଥିଲେ।

ଉଭୟ ତୁରନ୍ତ ୟୁନିଟକୁ ଫେରି କମାଣ୍ଡିଂ ଅଫିରସଙ୍କୁ ଜଣାଇଥିଲେ। ସେମାନେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ଉଦ୍ଧାର କରିଥିଲା।  ଡାକ୍ତରୀ ପରୀକ୍ଷାରୁ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ସେପଟେ ପୁଲିସ ଗାଡ଼ି ଦେଖି ଫେରାର୍ ହୋଇ ଯାଇଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ଥିବା ଜଣାପଡିଛି।  ପୁଲିସ ମଧ୍ୟ ମାମଲା ରୁଜୁ କରି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି। ଘଟଣା ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍‌ରେ ଘଟିଥିଲା। ବୁଧବାର ସନ୍ଧ୍ୟାରେ ପୀଡିତାଙ୍କର ଚେତା ଫେରିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.