ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଗେଣ୍ଡୁଫୁଲ ଚାଷ ସମ୍ବନ୍ଧୀୟ ତାଲିମ, ମହିଳା ହେବେ ସ୍ବାବଲମ୍ବୀ

ଫିରିଙ୍ଗିଆ, ୯।୯ : କୃଷକ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ବର୍ତ୍ତମାନ ପାରମ୍ପରିକ କୃଷି ପରିବର୍ତେ୍ତ ବିକଳ୍ପ ଚାଷ ପାଇଁ ପୋ୍ରତ୍ସାହିତ କରାଯାଉଛି  । ବିଗତ ଦିନମାନଙ୍କରେ କନ୍ଧମାଳ ଜିଲ୍ଲାରେ ଫଳ ଓ ପନିପରିବାର ସଫଳ ଉତ୍ପାଦନ ଦେଖି ଆଗକୁ ଗେଣ୍ଡୁ ଫୁଲ ଚାଷ କରି ବାହାର ଜିଲ୍ଲା ଓ ରାଜ୍ୟ କୁ ରପ୍ତାନୀ କରିବା ପାଇଁ ସ୍ଥିର କରାଯାଇଛି  ।  

ଆଗକୁ ଆସୁଥିବା ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମହିଳା ସ୍ୱୟଂସହାୟକ ଦଳମାନେ ଗେଣ୍ଡୁ ଫୁଲ ଚାଷ କରି ବେଶ୍ ଦୁଇପଇସା ରୋଜଗାର କରିବା ପାଇଁ ଅଣ୍ଟା ଭିଡିଛନ୍ତି । ସେଥିପାଇଁ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ତରଫରୁ ପ୍ରକଳ୍ପ ପ୍ରଶାସିକା ଦେବଜାନୀ ଭୂୟାଙ୍କ ତତ୍ତ୍ବାବଧାନ ରେ ଫିରିଙ୍ଗିଆ ବ୍ଲକ୍ ବୈଠକ ଗୃହ ଠାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି  । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଇଟିଡିଏ, ମିଶନଶକ୍ତି, ପ୍ରଦାନ, ହର୍ଷଟ୍ରଷ୍ଟ ଏବଂ ସ୍ୱାତୀ ଅନୁଷ୍ଠାନ  ମିଳିତ ଭାବେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳକ ପି. ମୂରଲି ମୋହନ ଏହାର ବଜାରୀକରଣକୁ ପ୍ରାଧାନ୍ୟ ଦେଇଥିଲେ  । 

ଏହି ଲାଭଦାୟକ ଚାଷକୁ ଆଗକୁ ନେବାକୁ ହେଲେ ଅଧିକ ଚାଷୀଙ୍କୁ ଯୋଡିବାକୁ ହେବ ବୋଲି ମିଶନ ଶକ୍ତି ବ୍ଲକ୍ କାର୍ଯ୍ୟକ୍ରମ ସଂଯୋଜକ କହିଥିଲେ  । ପ୍ରଦାନ ତରଫରୁ ତାଲିମରେ ଚାରାରୋପଣ ପ୍ରଣାଳୀ, ରୋଗପୋକ ନିୟନ୍ତ୍ରଣ ଆଦି ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିବା ବେଳେ ସ୍ୱାତୀ ଅନୁଷ୍ଠାନ ତରଫରୁ ବ୍ଲକ୍ ଜୀବିକା ସଂଯୋଜକ ଉମାକାନ୍ତ ସାହୁ ଚାଷୀମାନଙ୍କ ଚୟନ ଓ କ୍ଷେତ୍ର ସ୍ତରୀୟ ପ୍ରସ୍ତୁତିରେ ସହେଯାଗ କରିଥିଲେ  । ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପର ଏଭଳି ପ୍ରଶିକ୍ଷଣ ଓ ବଜାରୀକରଣ ପଦକ୍ଷେପକୁ ଫିରିଙ୍ଗିଆର ଚାଷୀ ଓ ସ୍ୱୟଂସହାୟକ ଦଳର ସଭ୍ୟା ମାନେ ସ୍ୱାଗତ କରିବାସହ ଏହା ମହିଳାମାନଙ୍କ ଆୟ ବଢାଇବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.