ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରେଣ୍ଡରେ ଆଦିବାସୀ ଅଳଙ୍କାର, ଅଳଙ୍କାରର ମୂଲ୍ୟ ୧୦୦ରୁ ୨ ହଜାର ଟଙ୍କା

ଭୁବନେଶ୍ୱର, ୨୯।୫: ଟ୍ରେଣ୍ଡରେ ଆଦିବାସୀ ଅଳଙ୍କାର । ସୁନା, ରୁପା, ହୀରା ବଦଳରେ ମହିଳାମାନଙ୍କର ପ୍ରଥମ ପସନ୍ଦ ପାଲଟିଛି ଏହି ଅଳଙ୍କାର । ଯୁବପିଢି ଏହାକୁ ଫ୍ୟାସନ୍‌ ପାଇଁ ବ୍ୟବହାର କରୁଛନ୍ତି । ସେଥିପାଇଁ ଏହି ଅଳଙ୍କାର ବିକ୍ରି ହେଉଥିବା ଦୋକାନରେ ଯୁବତୀଙ୍କର ପ୍ରବଳ ଭିଡ଼ ହେଉଛି । ଏହା ଆଦିବାସୀ ସଂସ୍କୃତିକୁ ପ୍ରଦର୍ଶନ କରିବା ସହିତ ମହିଳାଙ୍କ ସୁନ୍ଦରତାକୁ ମଧ୍ୟ ବୃଦ୍ଧି କରୁଛି । ଏହିଭଳି ଅଳଙ୍କାରର ପସରା ଦେଖିବାକୁ ମିଳୁଛି ଏକାମ୍ର ହାଟରେ ଥିବା ୱାର୍ଲ୍ଡ କ୍ରାଫ୍ଟ ମେଳା ପକ୍ଷରୁ ପଡ଼ିଥିବା ଆଦିବାସୀ ଅଳଙ୍କାର ଷ୍ଟଲ୍‌ରେ । ଏହାର କାର୍ଯ୍ୟାଳୟ ନୂଆପଲ୍ଲୀରେ ମଧ୍ୟ ରହିଛି । ପାଦରେ ପାଉଁଜି ଠାରୁ ଆରମ୍ଭ କରି କାନଫୁଲ, ହାର, ଚୁଡ଼ି, ହେୟାର ପିନ୍‌ ଭଳି ବିଭିନ ଆଦିବାସୀ ଅଳଙ୍କାର ବିକ୍ରି ହେଉଛି । ଏହାର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । 

ପୋଷାକର ରଙ୍ଗ ଅନୁଯାୟୀ ଜୋତା, ଘଣ୍ଟା, ନେଲ୍‌ ପଲିସ ପିନ୍ଧୁଥିବା ମହିଳାମାନେ ଏବେ ଆଦିବାସୀ ଅଳଙ୍କାରକୁ ମଧ୍ୟ ମ୍ୟାଚିଙ୍ଗ୍‌ କରି ପିନ୍ଧୁଛନ୍ତି । ମେଳାର ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ସାହୁ କହନ୍ତି, ଆଗରୁ ବାଥୁଡ଼ି ଜନଜାତି, ଡଙ୍ଗରିଆ କନ୍ଧ, ବଣ୍ଡା ଏହି ଅଳଙ୍କାର ବ୍ୟବହାର କରୁଥିଲେ । ଏବେ ସେଥିରେ ସାମନ୍ୟ ପରିବର୍ତ୍ତନ କରାଯାଇ ନୂଆ ରୂପ ଦିଆଯାଉଛି । କେଉଁ ଜନଜାତି ମାଳି ପିନ୍ଧୁଥିଲେ ତ ଆଉ କେଉଁ ଜନଜାତି ବ୍ରାସ୍‌ରେ ଅଳଙ୍କାର ପିନ୍ଧୁଥିଲେ କିନ୍ତୁ ଆମେ ତାହାକୁ ମିଶେଇ ଏକ ନୂତନ ଶୈଳୀରେ ଅଳଙ୍କାର ପ୍ରସ୍ତୁତ କରୁଛୁ । ବଜାରର ଚାହିଦା ଏବଂ ଲୋକଙ୍କ ପସନ୍ଦକୁ ଦେଖି ଏହା ପ୍ରସ୍ତୁତ ହେଉଛି । ଆମେ ଏହି ଅଳଙ୍କାର ମୁଖ୍ୟତଃ ଢେଙ୍କାନାଳରୁ ତିଆରି କରି ଆଣୁଛୁ ବୋଲି ସେ କହିଛନ୍ତି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.