ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଗଲ୍‌ଫ ଖେଳିବାକୁ ଚ୍ୟାଲେଞ୍ଜ୍‌ ଦେଲେ ଟ୍ରମ୍ପ୍‌, କହିଲେ ଜିତିଗଲେ ଦେବି ୮ କୋଟି

ୱାଶିଂଟନ, ୧୧/୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌  ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଗଲ୍‌ଫ ଖେଳିବାକୁ ଚ୍ୟାଲେଞ୍ଜ୍‌ ଦେଇଛନ୍ତି । କହିଛନ୍ତି, ଯଦି ସେ ବାଇଡେନ୍‌ଙ୍କଠାରୁ  ଏହି ଖେଳରେ ହାରିଯାଆନ୍ତି, ତେବେ ରାଷ୍ଟ୍ରପତିଙ୍କ ପସନ୍ଦର କୌଣସି ଦାତବ୍ୟ ଅନୁଷ୍ଠାନକୁ ୧ ନିୟୁତ ଡଲାର (୮.୩୫  କୋଟି ଟଙ୍କା) ଦାନ କରିଦେବେ । ଟ୍ରମ୍ପ୍‌ ଫ୍ଲୋରିଡ଼ା ପ୍ରଦେଶରେ ଏକ ଜନସଭାରେ ବାଇଡେନ୍‌ଙ୍କୁ ଏଭଳି ଚ୍ୟାଲେଞ୍ଜ୍‌ ଦେଇଛନ୍ତି ।  

ସେ କହିଛନ୍ତି, ମୁଁ ଆଜି ଏଠାକାର ଡୋରଲ୍‌ସ୍ଥିତ ବ୍ଲୁ ମନ୍‌ଷ୍ଟରରେ  ୧୮ ହୋଲ୍‌ବିଶିଷ୍ଟ ଗଲ୍‌ଫ ମ୍ୟାଚ୍‌ ନିମନ୍ତେ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଚ୍ୟାଲେଞ୍ଜ୍‌ ଦେଉଛି । ଏହାକୁ ବିଶ୍ୱର ସବୁଠୁ ଉନ୍ନତ ଗଲ୍‌ଫ  କୋର୍ସ ଟୁର୍ଣ୍ଣାମେଣ୍ଟ ବିବେଚନା କରାଯାଏ । ଟ୍ରମ୍ପ୍‌ ଆହୁରି କହିଛନ୍ତି,  ଯଦି ଏହି ମ୍ୟାଚ୍‌ ହୁଏ, ତେବେ ଏହା ଇତିହାସର ସବୁଠୁ ବଡ଼  ମୁକାବିଲା ହେବ, ଯାହାକୁ ସର୍ବାଧିକ ଦର୍ଶକ ଦେଖିବାକୁ ଆସିବେ। ହୁଏତ ଏହା ରାଇଡର କପ୍‌ କିମ୍ବା ମାଷ୍ଟର୍ସଠାରୁ ବଡ଼ ଆୟୋଜନ  ହୋଇପାରେ । ତେବେ ବାଇଡେନ୍‌ ଏହି ପ୍ରସ୍ତାବକୁ କଦାପି ସ୍ୱୀକାର  କରିବେ ନାହିଁ ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି । 

ଏହାପରେ ବାଇଡେନ୍‌ଙ୍କ  ଟିମ୍‌ ଏହାକୁ ପ୍ରତ୍ୟାଖ୍ୟାନ କରିଛି । ରାଷ୍ଟ୍ରପତିଙ୍କ ମୁଖପାତ୍ର ଜେମ୍ସ  ସିଙ୍ଗର୍‌ କହିଛନ୍ତି, ଟ୍ରମ୍ପ୍‌ଙ୍କୁ ୧୨ ଦିନ ହେଲା ସାର୍ବଜନୀନ ଭାବେ  ଦେଖିବାକୁ ମିଳି ନ ଥିଲା । ଏବେ ସେ ଆସି ରାଷ୍ଟ୍ରପତିଙ୍କୁ ଗଲ୍‌ଫ  ଖେଳିବାକୁ ଚ୍ୟାଲେଞ୍ଜ୍‌ ଦେଉଛନ୍ତି । ଆମେ ଟ୍ରମ୍ପ୍‌ଙ୍କୁ ଚାକିରି ସୃଷ୍ଟି  ଲାଗି ଚ୍ୟାଲେଞ୍ଜ୍‌ ଦେଉଛୁ । ତାଙ୍କ ସରକାର ଥିଲା ବେଳେ ଦେଶରେ  ପ୍ରାୟ ୩୦ ଲକ୍ଷ ଲୋକ ଚାକିରି ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.