ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉଦ୍ଧବ ଗୋଷ୍ଠୀ ନେତାଙ୍କୁ ଫେସବୁକ ଲାଇଭ୍‌ରେ ଗୁଳି, ହସ୍ପିଟାଲରେ ମୃତ୍ୟୁ; ଆତ୍ମହତ୍ୟା କଲା ଆକ୍ରମଣକାରୀ

ନୂଆଦିଲ୍ଲୀ,୦୯/୦୨: ମହାରାଷ୍ଟ୍ରର ଥାନାରେ ବିଜେପି ବିଧାୟକଙ୍କୁ ଫେସବୁକ ଲାଇଭ୍‌ରେ ଗୁଳି କରିବା ପରେ ମୁମ୍ବାଇରେ ଆଉ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଫେସବୁକ୍ ଲାଇଭ୍ ସମୟରେ ଉଦ୍ଧବ ଠାକରେ ଗୋଷ୍ଠୀ ନେତା ଅଭିଷେକ ଘୋଷାଲକରଙ୍କ ସହିତ ବସି‌ଥିବା ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଘୋଷାଲକର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟପକ୍ଷରେ ଅଭିଷେକ ଘୋଷାଲକରଙ୍କ ଉପରକୁ ଗୁଳି ଚଳାଇଥିବା ମୋରିସ୍ ନାମକ ଜଣେ ବ୍ୟକ୍ତି ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। 

ଅଭିଷେକ ଘୋଷାଲକର ଫେସବୁକରେ ଲାଇଭ ଥିବାରୁ ଏହି ଘଟଣା କ୍ୟାମେରାରେ ରେକର୍ଡ କରାଯାଇଥିଲା। ଏହି ଭୟଙ୍କର ଘଟଣା ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଛି। ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ଅନୁସନ୍ଧାନରେ ଅଭିଷେକ ଘୋଷାଲକରଙ୍କ ଉପରକୁ ଗୁଳି ଚଳାଇଥିବା ମୋରିସଙ୍କ ଅପରାଧିକ ରେକର୍ଡ ପ୍ରକାଶ ପାଇଛି, ତାଙ୍କ ବିରୁଦ୍ଧରେ ପୂର୍ବରୁ ଅନେକ ମାମଲା ଥିବା କୁହାଯାଉଛି। 

ଅଭିଷେକ ଘୋଷାଲକରଙ୍କୁ ମୁମ୍ବାଇର କରୁଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଡାକ୍ତର ସଫଳ ହୋଇପାରିନଥିଲେ। ମୁମ୍ବାଇରେ ଏହି ସମ୍ବେଦନଶୀଳ ଘଟଣା ପରେ ପୋଲିସ ସତର୍କ ହୋଇଛି। ଏହାପୂର୍ବରୁ ମୁମ୍ବାଇର ଥାଣେରେ ବିଜେପି ବିଧାୟକ ଗଣପତି ଗାଇକୱାଡ ପୋଲିସ ଷ୍ଟେସନରେ ଶିବସେନା ସିନ୍ଦେ ଦଳର ନେତାଙ୍କ ଉପରକୁ ଗୁଳି ଚଳାଇଥିଲେ। 

ଅଭିଷେକ ଘୋଷାଲକର ହେଉଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ବିନୋଦ ଘୋଷାଲକରଙ୍କ ପୁଅ। ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱିତା ହେତୁ ଏହି ଘଟଣା ଘଟିଥିବା ପ୍ରାଥମିକ ପୋଲିସ ସୂଚନାରୁ ଜଣାପଡିଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଅସନ୍ତୁଷ୍ଟତା ବୃଦ୍ଧି ପାଇବାରେ ଲାଗିଛି। ଶିବସେନା ଉଦ୍ଧବ ଗୋଷ୍ଠୀ ମୁଖପାତ୍ର ଆନନ୍ଦ ଦୁବେ କହିଛନ୍ତି ଯେ ବର୍ତ୍ତମାନ ମହାରାଷ୍ଟ୍ରରେ ଅରାଜକତାର ବାତାବରଣ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.