ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ୟୁଇଏଫ୍‌ଏ ନେସନ୍ସ ଲିଗ୍‌ : ଦ୍ୱିତୀୟ ରାଉଣ୍ଡ୍‌ରେ ଫ୍ରାନ୍ସ, ଇଟାଲୀ, ତୁର୍କୀ, ନରୱେଙ୍କ ଦମ୍‌ଦାର ବିଜୟ

ଲଣ୍ଡନ,୧୧/୦୯ : ଚଳିତ ୟୁଇଏଫ୍‌ଏ ନେସନ୍ସ ଲିଗ୍‌ର ଦ୍ୱିତୀୟ ରାଉଣ୍ଡ୍‌ରେ ଫ୍ରାନ୍ସ, ତୁର୍କୀ, ସ୍ଲୋଭେନିଆ, ରୋମାନିଆ, ଇଟାଲୀ, ନରୱେ, ୱେଲ୍ସ, କସଭୋ ବିଜୟ ହାସଲ କରିଛନ୍ତି । ବେଲଜିୟମ୍‌କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଗ୍ରୁପ୍‌ ବି’ରେ ଫ୍ରାନ୍ସ ଏକ ସଂଘର୍ଷପୂର୍ଣ୍ଣ ବିଜୟ ସହ ପଏଣ୍ଟ ଖାତା ଖୋଲିଛି । ପ୍ରଥମ ମ୍ୟାଚ୍‌ରେ ଇଟାଲୀ ଠାରୁ ପରାଜିତ ହୋଇଥିବା ଫ୍ରାନ୍ସ ଆଜି ବେଲଜିୟମ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରିଛି । ଦଳ ପକ୍ଷରୁ ୨୯ତମ ମିନିଟ୍‌ରେ କୋଲୋ ମୁଆନି ଓ ୫୭ତମ ମିନିଟ୍‌ରେ ଓସମାନ ଡେମ୍ବଲ ଗୋଲ୍‌ ସ୍କୋର କରିଥିଲେ । ଅନ୍ୟ ଏକ ମ୍ୟାଚ୍‌ରେ ଇଟାଲୀ ୨-୧ ଗୋଲ୍‌ରେ ଇସ୍ରାଏଲକୁ ହରାଇଥିଲା । ଦଳ ପକ୍ଷରୁ ଡେଭିଡ୍‌ ଫ୍ରାଟେସି ୩୮ତମ ମିନିଟ୍‌ରେ ପ୍ରଥମ ଗୋଲ କରିଥିଲେ । ଏହାପରେ ମୋଏଜ କିନ୍‌ ୬୨ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ ଦେଇ ବିଜୟ ପଥ ପ୍ରସ୍ତୁତ କରିଥିଲେ । ଇସ୍ରାଏଲ ପକ୍ଷରୁ ୯୦ତମ ମିନିଟ୍‌ରେ ମହମ୍ମଦ ଆବୁ ଫାନି ଏକ ଗୋଲ୍‌ ପରିଶୋଧ କରିବାରେ ସଫଳ ହୋଇଥିଲେ । 

୨ଟି ମ୍ୟାଚ୍‌ରୁ ଇଟାଲୀ ୬ ପଏଣ୍ଟ ଅର୍ଜନ କରିଥିବାବେଳେ ୩ ପଏଣ୍ଟ ସହ ଫ୍ରାନ୍ସ ଦ୍ୱିତୀୟ ଓ ସମାନ ପଏଣ୍ଟ ସହ ବେଲ୍‌ଜିୟମ୍‌ ତୃତୀୟ ସ୍ଥାନ ଦଖଲ କରିଛନ୍ତି । ଗ୍ରୁପ୍‌ ଜି’ରେ ସ୍ଲୋଭେନିଆ ୩-୦ ଗୋଲ୍‌ରେ କାଜାଖସ୍ତାନକୁ ହରାଇଥିଲା । ଦଳ ପକ୍ଷରୁ ବେଞ୍ଜାମିନ୍‌ ସେସକୋ ହ୍ୟାଟ୍ରିକ୍‌ ଗୋଲ୍‌(୨୩, ୨୮ ଓ ୬୩ତମ ମିନିଟ୍‌) ସ୍କୋର କରିଥିଲେ । ଏହି ଗ୍ରୁପର ଅନ୍ୟ ଏକ ମ୍ୟାଚ୍‌ରେ ନରୱେ ୨-୧ ଗୋଲ୍‌ରେ ଅଷ୍ଟ୍ରିୟାକୁ ହରାଇଥିଲା । ଦଳ ପକ୍ଷରୁ ନବମ ମିନିଟ୍‌ରେ ଫେଲିକ୍ସ ହୋମ ମାଇର ଓ ୮୦ତମ ମିନିଟ୍‌ରେ ଏର୍ଲିଂ ହାଲାଣ୍ଡ ଗୋଲ୍‌ କରିଥିଲେ । ଅଷ୍ଟ୍ରିୟା ପକ୍ଷରୁ ମର୍ସେଲ ସାବିଜର(୩୭ତମ ମିନିଟ୍‌) ଏକମାତ୍ର ଗୋଲ୍‌ ପରିଶୋଧ କରିଥିଲେ । ଗ୍ରୁପ୍‌ ଏଚ୍‌’ରେ ତୁର୍କୀ ୩-୧ ଗୋଲ୍‌ରେ ଆଇସଲ୍ୟାଣ୍ଡକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ମହମ୍ମଦ କରିମ ଆକତର୍କୋଗ୍ଲୁ ସମସ୍ତ ଗୋଲ୍‌(୨, ୫୨ ଓ ୮୮ତମ ମିନିଟ୍‌) ସ୍କୋର କରିଥିଲେ । ଆଇସଲ୍ୟାଣ୍ଡ ପକ୍ଷରୁ ଭିକ୍ଟର ପାଇସନ(୩୭ତମ ମିନିଟ୍‌)ରେ ଏକମାତ୍ର ଗୋଲ୍‌ ପରିଶୋଧ କରିଥିଲେ । ଅନ୍ୟ ଏକ ମ୍ୟାଚ୍‌ରେ ୱେଲ୍ସ ୨-୧ ଗୋଲ୍‌ରେ ମଣ୍ଟେନେଗ୍ରୋକୁ ହରାଇଥିଲା । ଦଳ ପକ୍ଷରୁ ପ୍ରଥମ ମିନିଟ୍‌ରେ କିଫର ମୁର ଓ ତୃତୀୟ ମିନିଟ୍‌ରେ ହ୍ୟାରୀ ୱିଲସନ ଗୋଲ୍‌ କରିଥିଲେ । 

ମଣ୍ଟେନେଗ୍ରୋ ପକ୍ଷରୁ ଡିର୍ଟନ କାମାଜ ୭୩ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ ପରିଶୋଧ କରିବାରେ ସଫଳ ହୋଇଥିଲେ । ଗ୍ରୁପ୍‌ ଜେ’ରେ ରୋମାନିଆ କ୍ରମାଗତ ଦ୍ୱିତୀୟ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି । ଦ୍ୱିତୀୟ ମ୍ୟାଚ୍‌ରେ ରୋମାନିଆ ୩-୧ ଗୋଲ୍‌ରେ ଲିଥୁଆନିଆକୁ ହରାଇଥିଲା । ଦଳ ପକ୍ଷରୁ ଚତୁର୍ଥ ମିନିଟ୍‌ରେ ଭାଲେଣ୍ଟିନ ମିହାଲା, ୮୭ତମ ମିନିଟ୍‌ରେ ରଜଭାନ ମାରିନ ଓ ୯୦୍ମ୨ତମ ମିନିଟ୍‌ରେ ଆଲେକଜାନ୍ଦ୍ରୁ ମିଟିଣ୍ଟା ଗୋଲ୍‌ କରିଥିଲେ । ଲିଥୁଆନିଆ ପକ୍ଷରୁ ଆର୍ମାଣ୍ଟସ କ୍ୟୁସିସ(୩୪ତମ ମିନିଟ୍‌) ଏକମାତ୍ର ଗୋଲ୍‌ ପରିଶୋଧ କରିବାରେ ସଫଳ ହୋଇଥିଲେ । ଅନ୍ୟ ଏକ ମ୍ୟାଚ୍‌ରେ କସଭୋ ୪-୦ ଗୋଲ୍‌ରେ ସାଇପ୍ରସକୁ ହରାଇଥିଲା । ଦଳ ପକ୍ଷରୁ ନବମ ଓ ୨୧ତମ ମିନିଟ୍‌ରେ ଭେଡାଟ ମୁରିକି, ୪୮ତମ ମିନିଟ୍‌ରେ ଆଲବିୟନ ରହମାନି, ୫୫ତମ ମିନିଟ୍‌ରେ ଲୁମ୍ବର୍ଦ୍ଧ ଡେଲୋଭା ଗୋଲ୍‌ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.