ପ୍ରମୂଖ ଖବର
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସ୍କୁଲ୍‌ରେ UKGର ଛାତ୍ରୀଙ୍କୁ ହୃଦଘାତ, ମୃତ ଘୋଷଣା କଲେ ଡାକ୍ତର

ଅମରୋହା – ବର୍ତ୍ତମାନ ସମୟରେ ଶିଶୁ , ଯୁବକ ଓ ଯୁବତୀଙ୍କ ଠାରେ ହୃଦଘାତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଉତ୍ତର ପ୍ରଦେଶର ଅମରୋହାରୁ ମଧ୍ୟ ଏକ ଏମିତି ହିଁ ମାମଲା ସାମନାକୁ ଆସିଛି। ଏଠାରେ ଏକ ସ୍କୁଲରେ ୟୁକେଜିର ଜଣେ ଛାତ୍ରୀଙ୍କର କ୍ଲାସ୍‌ରେ ହଠାତ୍‌ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ତାଙ୍କୁ ତୁରନ୍ତ ଗଜରୌଲାର ଏକ ଘରୋଇ ଚିକିତ୍ସା କେନ୍ଦ୍ରକୁ ନିଆ ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁର କାରଣ ହୃଦଘାତ କୁହାଯାଇଛି। 

ଅନ୍ୟପଟେ କୁନି ଛାତ୍ରୀଙ୍କ ପରିବାରରେ ଦୁଃଖର ଛାୟା ଖେଳି ଯାଇଛି। ବିନା କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନରେ ମୃତଦେହକୁ ସମାଧି ଦିଆଯାଇଛି।

ଥାନା ରହରା କ୍ଷେତ୍ରର ଗାଁ ଶକରଗଡି ନିବାସୀ ତନବୀର ଅହମ୍ମଦଙ୍କ ୫ ବର୍ଷିୟା ଝିଅ ଇଫତ୍‌। ସେ ଏକ ପବ୍ଲିକ୍‌ ସ୍କୁଲରେ ୟୁକେଜିର ଛାତ୍ରୀ ଥିଲେ। ପ୍ରତିଦିନ ପରି ସେ ଶନିବାର ମଧ୍ୟ ସ୍କୁଲ୍‌ ଯାଇଥିଲେ। କ୍ଲାସ୍‌ ଚାଲୁ ଥିବା ବେଳେ ଇଫତ୍‌ଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଖବର ପାଇବା କ୍ଷଣି ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଇଫତଙ୍କୁ ପ୍ରଥମେ ବୁରାଭଲି ଓ ଏହାପରେ ଗଜରୌଲୀର ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ଯାଞ୍ଚ କରି ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ହୃଦଘାତ ଥିବା କୁହାଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.