ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ରୁଷ୍‌ରେ ପଶିଛନ୍ତି ୟୁକ୍ରେନ ସୈନ୍ୟ, ୩ ଦିନ ହେଲା କ୍ରସ୍କରେ ଚାଲିଛି ଘମାଘୋଟ ଲଢ଼େଇ

ମସ୍କୋ,୦୯/୦୮: ଅଢ଼େଇ ବର୍ଷରୁ ଅଧିକ ଦିନ ହେଲା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଚାଲିଥିବାବେଳେ ଏବେ ଏହି ଲଢ଼େଇ ରୁଷ୍‌  ମାଟିରେ ଲଢ଼ାଯାଉଛି । ୟୁକ୍ରେନ୍‌ ସୈନ୍ୟ ଏବେ ରୁଷ୍‌ ସୀମା ଭିତରେ ପ୍ରବେଶ  କରି ରୁଷ୍‌ ସୈନ୍ୟଙ୍କ ସହ ଲଢ଼େଇ  କରୁଛନ୍ତି । ୟୁକ୍ରେନ୍‌ ଏବେ ରୁଷ୍‌ର କ୍ରସ୍କ ଅଞ୍ଚଳରେ ପଶି ୩ ଦିନ ହେଲା ସେଠାରେ ରୁଷ୍‌ ସୈନ୍ୟଙ୍କ ସହ ଲଢ଼ୁଛନ୍ତି ।  ସପ୍ତାହେ ଧରି ୟୁକ୍ରେନ ସୈନ୍ୟ ରୁଷ୍‌ର କ୍ରସ୍କ  ସୀମା ନିକଟରେ ଜୋରଦାର ଆକ୍ରମଣ ଜାରି ରଖିଥିଲା । ୟୁକ୍ରେନ୍‌ର ଜମିକୁ କବ୍‌ଜା କରିବା ଲକ୍ଷ୍ୟରେ ବାହାରିଥିବା ରୁଷ୍‌ ସୈନ୍ୟ ଏବେ  ନିଜ ଜମିକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ।  ଏପରି ସ୍ଥିତିରେ ରୁଷ୍‌ ସେଠାରେ ଏମର୍ଜେନ୍ସି  ଘୋଷଣା କରିଛି ।  

କ୍ରସ୍କ ଡେପୁଟି ଗଭର୍ନର ଆଣ୍ଡ୍ରେଇ  ବେଲୋଷ୍ଟୋଟ୍‌ସ୍କି କହିଛନ୍ତି, ଅତିକମ୍‌ରେ  ୧ ହଜାର ୟୁକ୍ରେନ ସୈନ୍ୟ ଟ୍ୟାଙ୍କ ଏବଂ  ଯୁଦ୍ଧବାହନ ସହ ଗତ ମଙ୍ଗଳବାର ରୁଷ୍‌ ସୀମା  ଭିତରେ ପଶିଛନ୍ତି । ସେଠାରୁ ପ୍ରାୟ ୩ ହଜାର  ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟୁନ୍ୟ ୪ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ତେବେ ୟୁକ୍ରେନ୍‌ ପକ୍ଷରୁ ଏହି ଅତିକ୍ରମଣ ବାବଦରେ  କିଛି କୁହାଯାଇନାହିଁ । ୟୁକ୍ରେନ୍‌ ରାଷ୍ଟ୍ରପତି  ଭୋଲୋଡିଭି ଜେଲେନ୍‌ସ୍କିଙ୍କ ସହଯୋଗୀ ମିଖାଇଲୋ ପୋଡୋଲ୍ୟାକ୍‌ କହିଛନ୍ତି, ଯୁଦ୍ଧ ସବୁବେଳେ ଯୁଦ୍ଧ । ଏହାର ନିଜସ୍ୱ ନିୟମ  ରହିଛି । ଆକ୍ରମଣକାରୀକୁ ସବୁବେଳେ ଅନୁରୂପ ଫଳ ମିଳିଥାଏ ।

  • PrameyaOdia
  • prameya
  • Russia
  • Ukraine
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.