ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁଶୁଡ଼ିଲା ନିର୍ମାଣଧୀନ କୋଠାର ତାଜା, ୪ ଶ୍ରମିକ ଗୁରୁତର

ପୁରୀ, ୨୮/୦୪ : ଭୁଶୁଡ଼ିଲା ପୁରୀ ରେଲୱେ ଷ୍ଟେସନ ସମ୍ମୁଖ ନିର୍ମାଣଧୀନ କୋଠାର ତାଜା। ୪ ଶ୍ରମିକ ଗୁରୁତର। ଗୁରୁତରମାନେ ହେଲେ ପଶ୍ଚିମବଙ୍ଗ ମେଦିନିପୁରର ବିଶୁ ମଣ୍ଡଳ (୩୪ ବର୍ଷ), ଶଙ୍କର ବେରା (୩୫ ବର୍ଷ), ଶମ୍ଭୁ ବେରା (୩୪ବର୍ଷ), ଓ କୁନୁ ଗୌଡ଼(୩୦ ବର୍ଷ)। ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ରେଳଷ୍ଟେସନ ସମ୍ମୁଖରେ ବିଲଡିଂ ନିର୍ମାଣ ଚାଲୁଥିଲା। ବିଲ୍ଡିଂର ଗ୍ରାଉଣ୍ଡ ପ୍ରବେଶ ପଥ ତାଜାରେ ଢଳାଇ ପଡୁଥିଲା। ପୂର୍ବାହ୍ନ ସାଢ଼େ ୯ଟାରେ ୪ଜଣ ଓଡ଼ିଆ ଓ ୫ଜଣ ବଙ୍ଗୀୟ ଶ୍ରମିକ କାମ କରୁଥିଲେ। ହଠାତ ସେଣ୍ଟ୍ରିଙ୍ଗ ସହ ଲୁହା ରଡ ବନ୍ଧା ତାଜା ଭୁଶୁଡ଼ି ପଡିଥିଲା। ଏଥିରେ ୪ଜଣ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଚିକିତ୍ସାଳୟରେ ସଦର ତହସିଲଦାର, କୁମ୍ଭାରପଡା ଥାନା ଆଇଆଇସି ଜୟଦୀପ ମହାନ୍ତି ଓ ଜିଆରପି ଥାନା ଏସଆଇ ବିଜୟଲକ୍ଷ୍ମୀ ବେହେରା ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଅନୁସନ୍ଧନ କରିଥିଲେ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.