ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବାଲୋଚିସ୍ତାନର ଗ୍ୱାଦର ବନ୍ଦରରେ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନିହତ

Published By : Sushanta Sahu | March 20, 2024 8:29 PM

ନୂଆଦିଲ୍ଲୀ, ୨୦/୦୩: ପାକିସ୍ତାନ ବାଲୋଚିସ୍ତାନର ଗ୍ୱାଦର ବନ୍ଦର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବନ୍ଧୁକ ଓ ବିସ୍ଫୋଟକ ନେଇ ଆସିଥିବା ଆକ୍ରମଣକାରୀ ଗ୍ୱାଦର ବନ୍ଦରରେ ପଶିବା ସହ ଆଖିବୁଜା ଗୁଳିମାଡ଼ କରିଥିଲେ । ଆକ୍ରମଣକାରୀ ଥିବା ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ଯାଇ ପାଲଟା ଗୁଳିମାଡ଼ କରିଛନ୍ତି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ପୋଲିସ ଓ ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ଜଣ ସଶସ୍ତ୍ର ଆକ୍ରମଣକାରୀ ନିହତ ହୋଇଛନ୍ତି ।

ବନ୍ଦରରେ ଗୁଳିମାଡ଼ ଓ ବିସ୍ଫୋରଣ ଶବ୍ଦରେ ଆଖପାଖ ଅଞ୍ଚଳ ସ୍ତବ୍ଧ ହୋଇ ଯାଇଛି । ପାକିସ୍ତାନର ତୃତୀୟ ସବୁଠୁ ବଡ଼ ବନ୍ଦର ହେଉଛି ଗ୍ୱାଦର । ଯେଉଁଠି ଏକାଧିକ ସରକାରୀ କାର୍ଯ୍ୟାଳୟ ମଧ୍ୟ ରହିଛି । ଏବେ ଗ୍ୱାଦର ବନ୍ଦରରେ ଚୀନର ଇଞ୍ଜିନିୟର ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ବେଳେ ଆକ୍ରମଣ ହୋଇଛି । ଏହା ଚୀନ-ପାକିସ୍ତାନର ଆର୍ଥିକ କରିଡର (ସିପିଇସି)ର ଅଂଶ । ଯାହାକି ବେଜିଂର ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭର କେନ୍ଦ୍ର ବିନ୍ଦୁ ।

ଗ୍ୱାଦର ବନ୍ଦରରେ ବିପୁଳ ସଂଖ୍ୟାରେ ଚୀନ୍ କର୍ମଚାରୀ କାମ କରୁଛନ୍ତି । ଚୀନ୍ କର୍ମଚାରୀ କାମ କରୁଥିବା ଅନେକ ସ୍ଥାନରେ ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ୨୦୨୩ ଅଗଷ୍ଟରେ ଗ୍ୱାଦର ବନ୍ଦରରେ ଚୀନ୍ ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ବାଲୋଚିସ୍ତାନ ଲିବରେସନ୍ ଆର୍ମି ।

ସୂଚନାଯୋଗ୍ୟ, ଚୀନ୍-ପାକିସ୍ତାନ ଆର୍ଥିକ କରିଡର ପରିଯୋଜନାର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଗ୍ୱାଦର ବନ୍ଦର । ଆରବସାଗର ପର୍ଯ୍ୟନ୍ତ ଚୀନ୍ ପହଞ୍ଚିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଗତବର୍ଷ ଡିସେମ୍ବରରେ ପାକିସ୍ତାନ ଓ ଚୀନ୍ ଗ୍ୱାଦର ବନ୍ଦରକୁ ସିପିଇସି ଅନ୍ତର୍ଭୁକ୍ତ କରିବା ଲାଗି ରାଜି ହୋଇଥିଲେ । ଯାହା ଦ୍ୱାରା ଉଭୟ ଦେଶର ଲାଭ ହେବ । ସିପିଇସି ପ୍ରକଳ୍ପ ବାଲୋଚିସ୍ତାନର ଗ୍ୱାଦର ବନ୍ଦରକୁ ଚୀନର ଶିଞ୍ଜିୟାଙ୍ଗ ପ୍ରଦେଶ ସହ ଯୋଡ଼ୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.