ପ୍ରମୂଖ ଖବର
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ ୟୁସିସି ବିଧେୟକ; ଲାଗୁ ହେବା ପରେ କ'ଣ ହେବ ପରିବର୍ତ୍ତନ?

Image source:

ଉତ୍ତରାଖଣ୍ଡ ୦୬/୦୨: ଏକକ ନାଗରିକ ସଂହିତା (ୟୁସିସି) ଉପରେ ବିଧେୟକ ଆଣିବାରେ ଉତ୍ତରାଖଣ୍ଡ ବିଧାନସଭାର ବିଶେଷ ଅଧିବେଶନ ସୋମବାର ଆରମ୍ଭ ହୋଇଥିଲା। ଏବଂ ମଙ୍ଗଳବାର ଏହି ଅଧିବେଶନର ଦ୍ବିତୀୟ ଦିନ ଏହି ବିଲ୍‌ ବା ବିଧେୟକ ଆଗତ ହେବ। ଏହି ବିଧେୟକ ଆଇନରେ ପରିଣତ ହେବା ପରେ ସ୍ବାଧିନତା ପରେ ୟୁସିସି ଲାଗୁ କରିବାରେ ଉତ୍ତରାଖଣ୍ଡ ଭାରତର ପ୍ରଥମ ରାଜ୍ୟ ହେବ। ଗୋଆରେ ପର୍ତୁଗିଜ୍‌ ଶାସନାଧିନ ସମୟରୁ ୟୁସିସି ଲାଗୁରହିଆସିଛି। ୟୁସିସି ମାଧ୍ୟମରେ ରାଜ୍ୟରେ ସବୁ ନାଗରିକଙ୍କ ପାଇଁ ବିବାଦ, ଛାଡ଼ପତ୍ର, ଭତ୍ତା, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ସମ୍ବନ୍ଧୀୟ ସମାନ ନିୟମ ଜାତି, ଧର୍ମ ନିର୍ବିଶେଷରେ ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ ହେବ।

ମଙ୍ଗଳବାର ଦିନ ଗୃହରେ ଅଗାତ ହେବା ପରେ ଏହି ବିଲ୍ ଉପରେ ଆଲୋଚନା ହେବ। ଏହି ଆଲୋଚନାରେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅନ୍ୟ ଦଳର ବିଧାୟକମାନଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ମାତୃ ଶକ୍ତିର ଉତ୍ଥାନ ପାଇଁ, ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ସମ୍ପ୍ରଦାୟ, ପ୍ରତ୍ୟେକ ଗୋଷ୍ଠୀ, ପ୍ରତ୍ୟେକ ଧର୍ମର ଲୋକମାନଙ୍କ ପାଇଁ ଏକ ସକରାତ୍ମକ ଢ଼ଙ୍ଗରେ ଆଲୋଚନା ପାଇଁ ଏଥିରେ ଅଂଶଗ୍ରହଣ କରନ୍ତୁ। ଅଧିବେଶନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଥିଲେ ଯେ ୟୁସିସି ସବୁ ବିଭାଗ ପାଇଁ ଭଲ ହେବ ଏବଂ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସେ ଅନ୍ୟ ରାଜନୈତିକ ଦଳର ସଦସ୍ୟମାନଙ୍କୁ ବିଲ୍‌କୁ ନେଇ ଗୃହରେ ସକରାତ୍ମକ ଢ଼ଙ୍ଗରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ।

ରବିବାର ରାଜ୍ୟ କ୍ୟାବିନେଟ୍ ୟୁସିସି ଡ୍ରାଫ୍ଟକୁ ଗ୍ରହଣ କରି ଫେବୃଆରୀ ୬ ରେ ଏହାକୁ ବିଲ୍ ଭାବରେ ଗୃହରେ ଆଗତ କରିବାକୁ ଅନୁମୋଦନ କରିଛି। ଚାରୋଟି ଖଣ୍ଡରେ ୭୪୦ ପୃଷ୍ଠାର ଏହି ଡ୍ରାଫ୍ଟ ଶୁକ୍ରବାର ଦିନ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଂଜନ ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ କମିଟି ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଛି। ୨୦୨୨ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ବିଜେପି ରାଜ୍ୟରେ ୟୁସିସି ଉପରେ ଏକ ଆଇନ ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜନସାଧାରଣଙ୍କୁ ଏକ ପ୍ରମୁଖ ପ୍ରତିଶୃତି ହେଇଥିଲା।  

୨୦୦୦ ମସିହାରେ ଅସ୍ତିତ୍ବ ହାସଲ କରିଥିବା ଉତ୍ତରାଖଣ୍ଡ ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ବିଜୟ ହାସଲ କରି ଇତିହାସ ସୃଷ୍ଟି କରିବା ପରେ, ବିଜେପି ମାର୍ଚ୍ଚ ୨୦୨୨ ରେ ସରକାର ଗଠନ ପରେ ତୁରନ୍ତ କ୍ୟାବିନେଟର ପ୍ରଥମ ବୈଠକରେ ୟୁସିସିର ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନକୁ ବିଜେପି ଅନୁମୋଦନ କରିଥିଲା। ଅନ୍ୟପକ୍ଷରେ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭିନବ କୁମାର କହିଛନ୍ତି ଯେ, ସମଗ୍ର ରାଜ୍ୟରେ ପୋଲିସ ଫୋର୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେପରିକି କୌଣସି ଅସମ୍ଭବ ପରିସ୍ଥିତିର ମୁକାବିଲା କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.