ପ୍ରମୂଖ ଖବର

ସ୍ୱାୟତ୍ତ ଶାସନ ଦିବସ: କଟକରେ ୫ ପ୍ରକଳ୍ପର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ,୩୧/୦୮: ସିଏମ୍‌ସି ପକ୍ଷରୁ ଏଥର ସ୍ୱାୟତ୍ତ ଶାସନ ଦିବସରେ ୫୪କୋଟିର ୧୪ଟି ପ୍ରକଳ୍ପ ମଧ୍ୟରେ  ୮ଟି ଉଦ୍‌ଘାଟନ ଓ ୬ଟି ଭିତ୍ତିପ୍ରସ୍ତର ସ୍ଥାପନ ହେବ ।  ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଥିବା ବକ୍ସି ବଜାର  ଛକରେ ୩୦ଲକ୍ଷ ବ୍ୟୟରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଉଦ୍‌ଘାଟନ  କରିବେ । ସେହିପରି  ସିଡିଏ ଦ୍ୱାରା ପ୍ରସ୍ତୁତ  ୪୧କୋଟି ୨୩ଲକ୍ଷର  ନେତାଜୀ ସ୍ମାରକୀ ସଂଗ୍ରହାଳୟ, ୨କୋଟିର  ଆର୍ଟ ଗ୍ୟାଲେରୀ ଓ ୩କୋଟିର ଖାନନଗର ଗ୍ୟାସ୍‌  ଚୁଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଶୁଭାରମ୍ଭ ହେବ ।  

ଶନିବାର ସକାଳ ସାଢ଼େ ୧୧ଟାରୁ ଏହି  କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାଢେ ୧ଟା ପର୍ଯ୍ୟନ୍ତ  ଚାଲିବ । ଏହାବାଦ୍‌ ୨୧ନମ୍ବର ୱାର୍ଡରେ ୯ ଲକ୍ଷର  ଅଙ୍ଗନବାଡ଼ି କେନ୍ଦ୍ର, ୫୬ନଂ ୱାର୍ଡରେ ୧୩.୪୩  ଲକ୍ଷର ସ୍ୱପ୍ନେଶ୍ୱର ପୋଖରୀ, ୪୮ନମ୍ବର ୱାର୍ଡରେ  ଦେଢ କୋଟିର ସ୍ମାର୍ଟ ପାର୍କ, ୨୨ନମ୍ବର ୱାର୍ଡରେ  ୯ଲକ୍ଷର ମିଶନ ଶକ୍ତି ଗୃହକୁ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝି ଭର୍ଚୁଆଲ୍‌ରେ ଶୁଭାରମ୍ଭ କରିବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.