ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କ୍ରିକେଟର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ, କ୍ୟାରିୟରରେ କେବେ ରନ୍ ଆଉଟ ହୋଇନାହାନ୍ତି ଏହି ୫ଖେଳାଳୀ

ନୂଆଦିଲ୍ଲୀ,୩୧/୮ :  କ୍ରିକେଟ ଏକ ଅନିଶ୍ଚିତତା ଖେଳ । ରୋମାଞ୍ଚ ଏବଂ ଅଜବ-ଗଜବ ନିୟମର ଏକ ଖେଳ । କ୍ରିକେଟରେ କେବେ ବି ଏବଂ କୌଣସି ସମୟରେ କିଛି ବି ହୋଇପାରେ । ଯାହା ହୋସ ଉଡ଼ାଇଦେବ । କ୍ରିକେଟ ଇତିହାସରେ ୫ଧୁରଂଧର ଖେଳାଳୀ ଏଭଳି ରହିଛନ୍ତି ଯେଉଁମାନେ କେବେ ବି ଟେଷ୍ଟ ଫର୍ମାଟରେ ରନ୍ ଆଉଟ୍ ହୋଇନାହାନ୍ତି । ଏହି ଲିଷ୍ଟରେ ଜଣେ ଭେଟରାନ୍ ଭାରତୀୟ କ୍ରିକେଟ ଖେଳାଳୀ ବି ସାମିଲ ଅଛନ୍ତି । ଆସନ୍ତୁ ଜାଣିବା ଏଭଳି ୫କ୍ରିକେଟରଙ୍କ ଉପରେ ।

ପିଟର ମେ

ଇଂଲଣ୍ଡର ପୂର୍ବତନ ଅଧିନାୟକ ଏବଂ ଧୁଆଁଧାର ବ୍ୟାଟର ପିଟର ମେ ନିଜ ପୂରା କ୍ୟାରିୟରରେ କେବେ ବି ରନ୍ ଆଉଟ ହୋଇନାହାନ୍ତି । ସେ ବହୁତ କ୍ଲାସିକ ବ୍ୟାଟର ଏବଂ ଭଲ ଅଧିନାୟକ ଥିଲେ । ପିଟର ମେ ଇଂଲଣ୍ଡ ଲାଗି ୧୯୫୧ରେ ସାଉଥ ଆଫ୍ରିକା ବିପକ୍ଷରେ ନିଜ ଟେଷ୍ଟ ଡେବ୍ୟୁ କରିଥିଲେ । ପିଟର ମେ ଇଂଲଣ୍ଡ ଲାଗି ୬୬ଟେଷ୍ଟ ମ୍ୟାଚରେ ୪୫୩୭ରନ୍ କରିଥିଲେ । ଯେଉଁଥିରେ ୧୩ଶତକ ସାମିଲ ଅଛି ।

ଗ୍ରାହମ ହିକ


ଜିମ୍ବାଓ୍ବେ‌ରେ ଜନ୍ମିତ ଗ୍ରାହମ ହିକ ଇଂଲଣ୍ଡ ତରଫରୁ କ୍ରିକେଟ ଖେଳିଛନ୍ତି । ସେ ଇଂଲଣ୍ଡ ଲାଗି ୬୫ଟେଷ୍ଟ ଏବଂ ୧୨୦ଦିନିକିଆ ମ୍ୟାଚ୍ ଖେଳିଥିଲେ ଏବଂ ଉଭୟ ଫର୍ମାଟରେ ୩୦୦୦ରୁ ଅଧିକ ରନ୍ କରିଥିଲେ । ତାଙ୍କ ବ୍ୟାଟିଂକୁ ଦେଖି ଫ୍ୟାନ୍ସ ଅଧିକ ଖୁସି ହେଉଥିଲେ । ଗ୍ରାହମ ତାଙ୍କ କ୍ୟାରିୟରରେ କେବେ ବି ରନ୍ ଆଉଟ୍ ହୋଇନାହାନ୍ତି ।

ମୁଦସ୍ସର ଜର 


ପାକିସ୍ତାନ ପୁରା ବିଶ୍ବକୁ ବହୁ ବଡ଼ ବଡ଼ ଖେଳାଳୀ ବୋଲର ଦେଇଛି କିନ୍ତୁ ପାକିସ୍ତାନର ଜଣେ ଏଭଳି ବ୍ୟାଟର ଅଛନ୍ତି ଯିଏ ନିଜ ପୂରା କ୍ୟାରିୟରରେ କେବେ ବି ରନ ଆଉଟ ହୋଇନାହାନ୍ତି । ତାଙ୍କ ନାଁ ମୁଦସ୍ସର ନଜର । ସେ ପାକିସ୍ତାନ ଲାଗି ୭୬ଟେଷ୍ଟ ମ୍ୟାଚ‌ରେ ୪୧୧୪ରନ୍ କରିଥିଲେ । ଯେଉଁଥିରେ ୧୦ ଶତକ ସାମିଲ ଥିଲା, ସେହିଭଳି ୧୨୨ଦିନିକିଆ ଖେଳିଥିବା ନଜର ୨୬୫୩ରନ୍ କରିଥିଲେ ।

କପିଲ ଦେବ


କପିଲ ଦେବ ଭାରତୀୟ ଫ୍ୟାନ୍ସଙ୍କ ହୃଦୟରେ ସବୁବେଳେ ରହିଛନ୍ତି । କପିଲ ଦେବଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ୧୯୮୩ରେ ଓ୍ବେଷ୍ଟଇଣ୍ଡିଜ୍ ଟିମକୁ ହରାଇ ପ୍ରଥମ ଦିନିକିଆ ବିଶ୍ବକପରେ କବଜା ଜମାଇଥିଲେ । କପିଲ ଜିମ୍ବାଓ୍ବେ ବିପକ୍ଷରେ ୧୭୫ରନର ପାଳି ଖେଳିଥିଲେ। ସେ ନିଜ କ୍ୟାରିୟରରେ କେବେ ରନ୍ ଆଉଟ ହୋଇନଥିଲେ । 

ପାଉଲ କଲିଂଉଡ଼


ଇଂଲଣ୍ଡ ତରଫରୁ ୩ଫର୍ମାଟରେ ଖେଳିଥିବା ପାଉଲ କଲିଂଉଡ଼ ବହୁତ ଭଲ ବ୍ୟାଟର ଥିଲେ । ସେ ଇଂଲଣ୍ଡ ଟିମ୍ ତରଫରୁ ୬୮ଟେଷ୍ଟ ମ୍ୟାଚରେ ୪ହଜାରରୁ ଅଧିକ ରନ୍ କରିଥିଲେ । ସେ ନିଜ ଆକ୍ରମକ ପାଳି ଲାଗି ମନେ ପଡ଼ିଥାନ୍ତି । ନିଜ ପୂରା ଟେଷ୍ଟ କ୍ୟାରିୟର ସମୟରେ ସେ କେବେ ବି ରନ୍ ଆଉଟ ହୋଇନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.