ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଜାତିସଂଘର ୱାର୍ଲଡ୍‌ ହାପିନେସ୍‌ ରିପୋର୍ଟ, ଭାରତଠୁ ପାକିସ୍ତାନ ଅଧିକ ସୁଖୀ

ନୂଆଦିଲ୍ଲୀ ୨୧/୦୩: ଜାତିସଂଘର ସଷ୍ଟେନେବଲ ଡେଭଲପ୍‌ମେଣ୍ଟ ସଲ୍ୟୁସନ୍ସ ନେଟ୍‌ୱର୍କ ୱର୍ଲଡ୍‌ ହାପିନେସ୍‌ ରିପୋର୍ଟ ଅର୍ଥାତ୍‌ ବିଶ୍ୱର ସବୁଠୁ ସୁଖୀ ଦେଶର ତାଲିକା ଜାରି କରିଛି । ରିପୋର୍ଟ ଅନୁସାରେ, ବିଶ୍ୱର ସବୁଠୁ ସୁଖୀ ଦେଶ ହେଉଛି ଫିନ୍‌ଲ୍ୟାଣ୍ଡ । ଲଗାତାର ୭ମ ବର୍ଷ ଏହା ସବୁଠୁ ସୁଖୀ ଦେଶର ଟାଇଟଲ ହାସଲ କରିଛି । ତାଲିକାରେ ନର୍ଡିକ୍‌ ଦେଶଙ୍କ ଦବ୍‌ଦବା ରହିଛି । ତାଲିକାର ୨ୟ, ୩ୟ ଓ ୪ର୍ଥ ସ୍ଥାନରେ ଅଛି ଡେନ୍‌ମାର୍କ, ଆଇସ୍‌ଲ୍ୟାଣ୍ଡ ଓ ସ୍ୱିଡେନ୍‌ । ୨୦୨୧-୨୦୨୩ ମସିହାର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଜାତିସଂଘର ଏହି ରିପୋର୍ଟ ଇସ୍ରାଏଲ-ହମାସ ଯୁଦ୍ଧ ପୂର୍ବରୁ ପ୍ରସ୍ତୁତ ହୋଇଥିଲା । ସେଥିପାଇଁ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ୫ମ ସ୍ଥାନରେ ଅଛି । ଗତ ବର୍ଷ ଭଳି ଭାରତ ଏ ବର୍ଷ ୧୨୬ତମ ସ୍ଥାନରେ ଅଛି । ଅନ୍ୟପକ୍ଷେ, ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ପାକିସ୍ତାନ ୧୦୮ତମ ସ୍ଥାନରେ ଅଛି । ତାଲିକା ଅନୁସାରେ, ଭାରତ ତୁଳନାରେ ପାକିସ୍ତାନ ଅଧିକ ସୁଖୀ ।

ଚୀନ୍‌ ୬୦ତମ, ନେପାଳ ୯୩ତମ, ମ୍ୟାଁମାର ୧୧୮ତମ, ଶ୍ରୀଲଙ୍କା ୧୨୮ତମ ଓ ବାଂଲାଦେଶ ୧୨୯ତମ ସ୍ଥାନରେ ଅଛନ୍ତି । ଆମେରିକା ଓ ଜର୍ମାନୀ ୨୦ ସବୁଠୁ ସୁଖୀ ଦେଶ ତାଲିକାରୁ ଖସି ୨୩ ଓ ୨୪ତମ ସ୍ଥାନରେ ପହଞ୍ଚିଛନ୍ତି । ଗତ ବର୍ଷ ଏହି ସୂଚୀରେ ଆମେରିକା ୧୬ତମ ସ୍ଥାନରେ ଥିଲା । ଜାତିସଂଘର ରିପୋର୍ଟ ଅନୁସାରେ, ୧୪୩ ଦେଶର ଖୁସିକୁ ମାପିବା ପାଇଁ ୬ ମାନକ ଉପରେ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା । ପ୍ରତ୍ୟେକ ବ୍ୟକ୍ତି ପିଛା ଜିଡିପି, ସାମାଜିକ ସହଯୋଗ, ଉଦାରତା ଓ ଭ୍ରଷ୍ଟାଚାର, ସାମାଜିକ ସ୍ୱାଧୀନତା, ସୁସ୍ଥ ଜୀବନ, ଭ୍ରଷ୍ଟାଚାର ଆଦି ଆଧାରରେ ଦେଶମାନଙ୍କୁ ତାଲିକାଭୁକ୍ତ କରାଯାଇଥିଲା ।

ଭାରତର ବୟସ୍କ ଜନସଂଖ୍ୟାରେ ଜୀବନ ପ୍ରତି ଆତ୍ମସନ୍ତୋଷକୁ ନେଇ ଏକ ରୋଚକ ଟ୍ରେଣ୍ଡ୍‌ ଦେଖିବାକୁ ମିଳିଛି । ଅଧିକ ଆୟଯୁକ୍ତ ଦେଶରେ ବୟସ୍କମାନେ ଅଧିକ ସୁଖୀ ଥାନ୍ତି ବୋଲି ସାଧାରଣତଃ ବିଶ୍ୱାସ କରାଯାଏ । କିନ୍ତୁ ଭାରତରେ ବୟସ୍କ ପୁରୁଷ ସେମାନଙ୍କ ଜୀବନକୁ ନେଇ ଅଧିକ ସନ୍ତୁଷ୍ଟ । ସେମାନଙ୍କ ତୁଳନାରେ ବୟସ୍କ ମହିଳା କମ୍‌ ସୁଖୀ । ତେବେ ସାରା ବିଶ୍ୱରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳା କମ୍‌ ଖୁସି ବୋଲି ରିପୋର୍ଟରୁ ଜଣାପଡ଼ିଛି । ବୟସ ବଢ଼ିବା ସହିତ ସେମାନଙ୍କ ଖୁସି ସ୍ତର ଆହୁରି କମିଥାଏ । 

ଭାରତର ଯୁବବର୍ଗ ସୁଖୀ ମାମଲାରେ ୧୨୭ତମ ସ୍ଥାନରେ ଅଛନ୍ତି । ଭାରତରେ ଶିକ୍ଷାର ସ୍ତର ଓ ଜାତି ମଧ୍ୟ ଖୁସି ରହିବାରେ ବଡ଼ ଭୂମିକା ନିର୍ବାହ କରେ । କମ୍‌ ଶିକ୍ଷିତ ଲୋକ ଓ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଖୁସି ସ୍ତର ମଧ୍ୟ କମ୍‌ ଜଣାପଡ଼ିଛି । ଗତ ୧୧ ବର୍ଷ ହେଲା ୱର୍ଲଡ୍‌ ହାପିନେସ୍‌ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ପ୍ରଥମ ରିପୋର୍ଟ ୨୦୧୨ ମସିହାରେ ପ୍ରସ୍ତୁତ ହୋଇଥିଲା । ଏହି ତାଲିକା ପ୍ରସ୍ତୁତି ଲାଗି ଲୋକଙ୍କ ଖୁସିର ଆକଳନ ସହିତ ଆର୍ଥିକ, ସାମାଜିକ ସ୍ଥିତି ମଧ୍ୟ ଅବଲୋକନ କରାଯାଏ । ୩ ବର୍ଷର ହାରାହାରି ତଥ୍ୟର ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.