ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଟିପ୍ପଣୀ: ସ୍ତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ

ଜବଲପୁର,୦୪/୦୫: ସ୍ତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଏବଂ ସାଧାରଣ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ବିବେଚନା କରାଯାଇପାରିବ ନାହିଁ । ଏପରି ମାମଲାରେ ସ୍ତ୍ରୀଙ୍କ ସହମତି ଗୁରୁତ୍ୱହୀନ । କାରଣ ‘ମ୍ୟାରିଟାଲ ରେପ୍‌’ (ବୈବାହିକ ଦୁଷ୍କର୍ମ)କୁ ଭାରତରେ ଅପରାଧ ଭାବେ ମାନ୍ୟତା ଦିଆଯାଇନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି ।

ଜଷ୍ଟିସ୍‌ ଗୁରୁପାଲ ସିଂ ଆଲୁୱାଲିଆଙ୍କ ଏକକ ଖଣ୍ଡପୀଠ କହିଥିଲେ, ଯଦି ସ୍ତ୍ରୀ (୧୫ ବର୍ଷରୁ ଊଦ୍ଧ୍ୱର୍ ବୟସର ହୋଇଥିବା ଆବଶ୍ୟକ) ବୈଧ ବିବାହ ପରେ ସ୍ୱାମୀଙ୍କ ସହ ରହୁଥିବେ, ତେବେ ଆଇପିସି ଧାରା ୩୭୫ ଉପବାଦ ୨ ଅନୁସାରେ, ତାଙ୍କ ସ୍ୱାମୀଙ୍କ ଦ୍ୱାରା କୌଣସି ପ୍ରକାର ସମ୍ଭୋଗ ତଥା ଯୌନକ୍ରିୟା ଦୁଷ୍କର୍ମ ନୁହେଁ । ତେବେ ଆଇନର ଏପରି ସ୍ଥିତିର ଏକମାତ୍ର ଉପବାଦ ହେଉଛି ଆଇପିସି ଧାରା ୩୭୬ବି, ଯେଉଁଥିରେ ନ୍ୟାୟିକ ଭାବେ ପୃଥକ ହେବା ଯୋଗୁ କିମ୍ବା କୌଣସି ବିବାଦ କାରଣରୁ ଦମ୍ପତ୍ତି ଅଲଗା ଅଲଗା ରହୁଥିବା ସମୟରେ ନିଜ ସ୍ତ୍ରୀଙ୍କ ସହ ଯୌନକ୍ରିୟା ଦୁଷ୍କର୍ମ ହୋଇଥାଏ । 

ମନିଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଅନ୍ୟ ଅଭିଯୋଗ ସହ ଅପ୍ରାକୃତିକ ଯୌନ ସମ୍ପର୍କ ନେଇ ମାମଲା କରିଥିଲେ । ସୂଚନା ଅନୁସାରେ, ୨୦୧୯ରେ ମନିଷ ନରସିଂହପୁରର ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ବୁଝାଇଥିଲେ ହେଁ ସେ ବୁଝି ନ ଥିଲେ । ୨୦୨୧ରେ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ କରି ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ପରେ ମନିଷ ମଧ୍ୟ ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ । ଏହା ପରେ ମହିଳା ଜଣକ ଆଉ ଏକ ଅଭିଯୋଗ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଣିଥିଲେ । .

ଅଭିଯୋଗରେ ସେ ଦର୍ଶାଇଥିଲେ ଯେ,  ବିବାହ ପରେ ୨୦୧୯ ଜୁନ୍‌ ୬ ଏବଂ ୭ ତାରିଖ ରାତିରେ ତାଙ୍କ ସ୍ୱାମୀ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ । ଏହା ପରେ ସେ ବାରମ୍ବାର ଏପରି କରିଥିଲେ । ମାମଲା ରୁଜୁ ହେବା ପରେ ସ୍ତ୍ରୀଙ୍କ ବିରୋଧରେ ମନିଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଭୟେ ସ୍ୱାମୀ-ସ୍ତ୍ରୀ । ତେଣୁ ଆଇପିସି ଧାରା ୩୭୭ ଅନୁସାରେ ଆପ୍ରାକୃତିକ ଯୌନ ସମ୍ପର୍କ ଅପରାଧ ନୁହେଁ ବୋଲି ମନିଷ ପିଟିସନରେ କହିଥିଲେ । ପରେ ହାଇକୋର୍ଟ ସମ୍ପୃକ୍ତା ମହିଳାଙ୍କ ଏତଲାକୁ ଖାରଜ କରିଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.