ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେଠୀରେ ବଡଧରଣର ସଡକ ଦୁର୍ଘଟଣା, ବୋଲେରୋ-ବୁଲେଟ୍ ଧକ୍କାରେ ୫ ମୃତ…

ନୂଆଦିଲ୍ଲୀ: ରବିବାର ଦିନ ଆମେଠୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକ ବୋଲେରୋ କାର ଏବଂ ବୁଲେଟ୍ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହା ପରେ କାରଟି ଏକ ଗଛ ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ତିନିଜଣ ମହିଳା ଏବଂ ଗୋଟିଏ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ୬ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ଦୁର୍ଘଟଣାରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଯାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଘଟଣା ମୁସିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଜାମୋ ଭାଦର ଛକରେ ଘଟିଛି । 

ସୂଚନା ମୁତାବକ, ସୁଲତାନପୁର ଜିଲ୍ଲାର ଇସଲାମଗଞ୍ଜ ଗାଁର ବାସିନ୍ଦା ଆକବର ନିଜ ବୋଲେରୋ କାରରେ ନିଜ ପରିବାର ସଦସ୍ୟଙ୍କ ସହ ମୁସିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଧରାଇରେ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଥିଲେ । ବୋଲେରୋ ଜାମୋ ଭଦର ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛି । ସାମ୍ନା ପଟୁ ଆସୁଥିବା ବୁଲେଟ୍ ସହ ଗାଡିଟି ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୁଲେଟ୍ ଆରୋହୀ ଦୁର୍ଗେଶ ଉପାଧ୍ୟାୟ, ପୁଅ ରାମ ଇକବାଲ ଏବଂ ଭଉଣୀ ବନ୍ଦନାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତେବେ ଗଛକୁ ଧକ୍କା ଦେବା ପରେ ବୋଲେରୋରେ ଯାତ୍ରା କରୁଥିବା ମହିଳା, ଶାହିର (୪୦), ଜାଗିର ଖାନଙ୍କ ପତ୍ନୀ ଶବନମ (୩୫), ଦିଲଶାଦଙ୍କ ପତ୍ନୀ ମଧ୍ୟ ମୃତ୍ୟୁ ବରଣ କରିଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.