ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ରାତା ରାତି କୋଟିପତି ପାଲଟି ଗଲେ କୃଷକ , ବନ୍ଦ ପଡିଥିବା ଆକାଉଣ୍ଟକୁ ଆସିଲା ୯୯ ବିଲିୟନ ଟଙ୍କା

ଭଦୋହୀ- ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲାରେ ଜଣେ କୃଷକଙ୍କ ଭାଗ୍ୟ ଚମକିଛି। ସେ ରାତାରାତି ଜଣେ ସାଧାରଣ କୃଷକରୁ ପାଲଟି ଯାଇଛନ୍ତି କୋଟିପତି। ଏହି କୃଷକଙ୍କର ଯେଉଁ ବନ୍ଦ ଆକାଉଣ୍ଟଟି ଥିଲା ସେଥିରେ ହଠାତ୍‌ କୋଟି କୋଟି ଟଙ୍କା ଜମା ହୋଇଗଲା। ପ୍ରଥମେ ତ ଏହାକୁ ବିଶ୍ୱାସ କରି ପାରି ନଥିଲେ କୃଷକ ଜଣଙ୍କ। ମୋବାଇଲକୁ ଆସିଥିବା ମେସେଜ୍‌ରୁ ସେ କିଛି ବୁଝି ପାରୁ ନଥିଲେ। ଏହାପରେ ସେ ଯେତେବେଳେ ଏହି ମୋବାଇଲ ମେସେଜକୁ ଆଉ ଜଣେ ବ୍ୟକ୍ତିଙ୍କୁ ପଢାଇଲେ ତ ଜଣାପଡ଼ିଲା କି ତାଙ୍କ ଆକାଉଣ୍ଟରେ ବହୁତ ଟଙ୍କା ଜମା ହୋଇଛି। 

କୃଷକ ଯେତେବେଳେ ବ୍ୟାଙ୍କ ଗଲେ , ସେଠାରେ ତାଙ୍କ କଥା ଶୁଣି ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଗଲେ। ବ୍ୟାଙ୍କକର୍ମୀ ମାନେ ଆକାଉଣ୍ଟ ଚେକ୍‌ ଦେଖିଲେ ଯେ ଅନେକ ଅର୍ଥ ଆକାଉଣ୍ଟକୁ ଆସିଛି। ଏହା ଦେଖି ତାଙ୍କର ହୋସ୍‌ ଉଡ଼ିଗଲା।

କହି ରଖୁଛୁ କି, ଉକ୍ତ ଘଟଣାଟି ଦୁର୍ଗାଗଞ୍ଜ ଥାନା ଅଞ୍ଚଳର ଅର୍ଜୁନପୁର ଗାଁରେ ଘଟିଛି। ଏଠାରେ ରହୁଥିବା କୃଷକ ଭାନୁ ପ୍ରକାଶ ବିନ୍ଦଙ୍କର ସୁରିଆୱାଁର ବ୍ୟାଙ୍କ ଅଫ୍‌ ବରୋଦା ଗ୍ରାମୀଣ ବ୍ୟାଙ୍କରେ ଆକାଉଣ୍ଟ ଥିଲା , ଯାହାକି ଗତ ଅନେକ ଦିନରୁ ବନ୍ଦ ଥିଲା। ୧୬ ମେ'ରେ ତାଙ୍କ ମୋବାଇଲକୁ ବ୍ୟାଙ୍କର ଏକ ମେସେଜ୍‌ ଆସିଲା। ମେସେଜରୁ କିଛି ବୁଝି ନପାରିବାରୁ ଭାନୁ ପ୍ରକାଶ ଗାଁର ଜଣେ ବ୍ୟକ୍ତିଙ୍କୁ ମେସେଜ୍‌ ପଢାଇଲେ। ମେସେଜରେ ଲେଖା ଥିଲା କି ତାଙ୍କ ଆକାଉଣ୍ଟରେ  ୯୯୯୯୯୪୯୫୯୯୯.୯୯ ଟଙ୍କା ( ୯୯ ବିଲିୟନ ୯୯ କୋଟି , ୯୪ ଲକ୍ଷ ୯୫ ହଜାର ୯୯୯ଟଙ୍କା) ଧନରାଶି ଜମା ହୋଇଛି। 

ଏହା ଶୁଣିବ କ୍ଷଣି ଭାନୁ ପ୍ରକାଶ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭାବିଲେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଏବଂ କିଏ ଜମା କରିଛି। ପ୍ରକୃତ କଥା ଜାଣିବାକୁ ଯେତେବେଳେ ସେ ବ୍ୟାଙ୍କକୁ ଗଲେ , ସେଠାରେ ବ୍ୟାଙ୍କକର୍ମୀ ଆକାଉଣ୍ଟ ଚେକ୍‌ କରି ଚକିତ ହୋଇଗଲେ।

ବ୍ୟାଙ୍କ ମ୍ୟାନେଜର ଆଶୀଷ ତିୱାରୀ କହିଛନ୍ତି ଖାତାଧାରୀ ଭାନୁ ପ୍ରତାପଙ୍କର କେସିସି ଖାତା ଥିଲା। ଖାତା ମାଧ୍ୟମରେ ସେ ଜମି ଉପରେ ଲୋନ୍‌ ନେଇଥିଲେ। ଖାତା ଏନପିଏ ହୋଇଯିବା ପରେ ଏହିପରି ହୋଇଛି। ହେଲେ ଖାତାକୁ ହୋଲ୍ଡ କରିଦିଆ ଯାଇଛି। କୁହାଯାଉଛି , ଟଙ୍କା କେଉଁଠୁ ଆସିଲା ଓ କିଏ ପଠାଇଛି ଏହାର ଯାଞ୍ଚ କରାଯାଉଛି।ଅନ୍ୟପଟେ ଏହି ଘଟଣାରେ ବିଷୟରେ ଲୋକେ ଜାଣିବା ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.