ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

କୋପା ଆମେରିକା କପ୍‌ ବିବାଦ, ୫ ଉରୁଗୁଏ ଖେଳାଳି ନିଲମ୍ବିତ

ନୂଆଦିଲ୍ଲୀ ୨୯/୦୮: ଗତ କୋପା ଆମେରିକା କପ୍‌ ସମୟରେ  ଶୃଙ୍ଖଳା ଭଙ୍ଗ କରିଥିବା ଉରୁଗୁଏର ୫  ଜଣ ଷ୍ଟାର୍‌ ଖେଳାଳି ନିଲମ୍ବିତ ହୋଇଛନ୍ତି ।  ଉରୁଗୁଏ ଓ କଲମ୍ବିଆ ମଧ୍ୟରେ  ଅନୁଷ୍ଠିତ ସେମି ଫାଇନାଲ୍‌ ମୁକାବିଲା  ସମୟରେ ଉରୁଗୁଏର ଖେଳାଳିମାନେ  ଗ୍ୟାଲେରୀରେ ପ୍ରବେଶ କରି ଦର୍ଶକଙ୍କ  ସହ ଗଣ୍ଡଗୋଳ କରିଥିଲେ । ଉକ୍ତ  ଘଟଣାର ତଦନ୍ତ କରୁଥିବା କନ୍‌ମେବଲ୍‌  ଉରୁଗୁଏ ଫୁଟବଲ୍‌ ଆସୋସିଏସନ୍‌କୁ ଅର୍ଥଦଣ୍ଡ ଓ ଚେତବନୀ ଦେବା ସହ  ଦଳର ୫ ଜଣ ଖେଳାଳିଙ୍କୁ ଅର୍ଥଦଣ୍ଡ  ଓ ଅନ୍ତର୍ଜାତୀୟ ଫୁଟବଲ୍‌ରୁ କିଛି ମ୍ୟାଚ୍‌  ବାସନ୍ଦ କରିଛି । 

ଲିଭରପୁଲ୍‌ ପକ୍ଷରୁ  ଖେଳୁଥିବା ଡାରୱିନ ନ୍ୟୁନେଜ ସର୍ବାଧିକ  ୫ଟି ମ୍ୟାଚ୍‌ରୁ ନିଲମ୍ବିତ ହୋଇଛନ୍ତି ।  ଏଥିସହ ୨୦,୦୦୦ ଡଲାର ଜରିମାନା ଦାବି କରାଯାଇଛି । ସେହିପରି ମିଡ୍‌  ଫିଲ୍ଡର ରୋଡ୍ରିଗୋ ବେଣ୍ଟାଙ୍କର  ୪ଟି ମ୍ୟାଚ ଓ ୧୬,୦୦୦ଡଲାର,  ରୋନାଲ୍ଡା ଆରୌଜୋ, ଜୋସ ମାରିଆ  ଗିମିନେଜ ଓ ମାଥିଆସ ଓଲିଭିଏରା  ୩ଟି ଲେଖାଏଁ ମ୍ୟାଚ୍‌ରୁ ନିଲମ୍ବିତ  ହେବା ସହ ୧୨,୦୦୦ଡଲାର ଜରିମାନ  ଭରଣା କରିବେ । ଉରୁଗୁଏ ଫୁଟବଲ୍‌  ଆସୋସିଏସନ୍‌କୁ ୨୦,୦୦୦ ଡଲାର  ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରମୁଖ ଖେଳାଳି ନିଲମ୍ବିତ ହେବା  ଫଳରେ ଉରୁଗୁଏର ଆଗାମୀ ବିଶ୍ୱକପ୍‌  ଯୋଗ୍ୟତା ପର୍ଯ୍ୟାୟ ପ୍ରଭାବିତ ହେବ ।  ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ  ଉରୁଗୁଏ ଯୋଗ୍ୟତା ପର୍ଯ୍ୟାୟର ପାରାଗୁଏ,  ଭେନେଜୁଏଲା, ପେରୁ, ଇକ୍ୱେଡର,  କଲମ୍ବିଆ, ଓ ବ୍ରାଜିଲକୁ ଭେଟିବାର  କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.