ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନରେ ଯାହାର ବି ସରକାର ହେଉ, ଆମେ ସେମାନଙ୍କ ସହ କାମ କରିବାକୁ ପ୍ରସ୍ତୁତ: ଆମେରିକା

ନୂଆଦିଲ୍ଲୀ: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାରେ ବିଳମ୍ବ ହେବା ପରେ ବହୁମତ ଅଭାବରୁ ସରକାର ଗଠନ ହୋଇପାରିନାହିଁ। ଆଉ ଏହି ସମୟରେ, ଆମେରିକା ବୈଦେଶିକ ବିଭାଗ ସ୍ପଷ୍ଟ କରିଛି ଯେ, ପାକିସ୍ତାନରେ କ୍ଷମତାକୁ ଆସୁଥିବା କୌଣସି ବି ସରକାର ସହ ସେମାନେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି।

ପାକିସ୍ତାନର ନିର୍ବାଚନ ଆୟୋଗ ନିର୍ବାଚନ ଫଳାଫଳ ବିଳମ୍ବ ପାଇଁ ଇଣ୍ଟରନେଟ୍ ସେବା ନଲମ୍ବନକୁ ଦାୟୀ କରିଛନ୍ତି । ତୁରନ୍ତ ଫଳାଫଳ ଘୋଷଣା କରିବାରେ ଏହା ବାଧା ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ଏହା ସହିତ ସେ ଦାବି କରିଛନ୍ତି ଯେ ଏହା କୌଣସି ରାଜନୈତିକ ଦଳର କ୍ଷତି କରିବ ନାହିଁ । 

ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଗଣମାଧ୍ୟମକୁ କହିଛନ୍ତି, 'ମୁଁ ଭାବୁ ନାହିଁ ଯେ ପାକିସ୍ତାନରେ କୌଣସି ନୂତନ ସରକାର ଗଠନ ହୋଇଛି । ମୁଁ ଭାବୁଛି ଏପର୍ଯ୍ୟନ୍ତ ଆଲୋଚନା ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି, 'କିନ୍ତୁ ମୁଁ ଗୋଟିଏ କଥା ସ୍ପଷ୍ଟ କରୁଛି, ଯେ ପାକିସ୍ତାନର ଲୋକମାନେ ନିଜ ପାଇଁ ଯେଉଁ ସରକାରକୁ ମନୋନୀତ କରିବେ, ଆମେ ସେମାନଙ୍କ ସହ କାମ କରିବାକୁ ପ୍ରସ୍ତୁତ ।'

ନିର୍ବାଚନ ଫଳାଫଳ ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳ ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ ଟି ଆସନ ଜିତିଛନ୍ତି । ଅନ୍ୟ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ୭୫ ଟି ଆସନ ଜିତିଛି । ଏମାନଙ୍କ ବ୍ୟତୀତ ପୂର୍ବତନ ବୈଦେଶିକ ମନ୍ତ୍ରୀ ଭିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ ଟି ଆସନ ଜିତିଛି ଏବଂ ମୁତାହିଦା କୌମି ମୁଭମେଣ୍ଟ-ପାକିସ୍ଥାନ (MQM-P) ୧୭ ଟି ଆସନ ଜିତିଛି । ସୂଚନାଥାଉକି, ସରକାର ଗଠନ ପାଇଁ ଏକ ଦଳ ଜାତୀୟ ବିଧାନସଭାରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୨୬୫ ଟି ମଧ୍ୟରୁ ୧୩୩ ଟି ଆସନ ଜିତିବା ଆବଶ୍ୟକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.