ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲର ସମର୍ଥନରେ ବାହାରିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, କହିଲେ ଗାଜାରେ ଯାହା ଘଟୁଛି ତାହା ନରସଂହାର ନୁହେଁ...

ନୂଆଦିଲ୍ଲୀ: ଗତ ସାତ ମାସ ଧରି ହାମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଯୁଦ୍ଧରେ ଆମେରିକା କ୍ରମାଗତ ଭାବରେ ଇସ୍ରାଏଲକୁ ସମର୍ଥନ କରୁଛି । ଏବେ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ନିଜର ସମର୍ଥନ ଜଣାଇଛନ୍ତି । ଜିହୁଦୀ ଆମେରିକୀୟ ହେରିଟେଜ୍ ମାସ୍ ପାଇଁ ସେ ହ୍ବାଇଟ୍ ହାଉସରେ ଏକ ସମାରୋହ ଆୟୋଜନ କରିଥିଲେ । ଏଥି ସହ ସେ ସେ କହିଛନ୍ତି ଯେ ଗାଜାରେ ଯାହା ଘଟୁଛି ତାହା ନରସଂହାର ନୁହେଁ । 

ସୂଚନାଥାଉକି, ଜିହୁଦୀ ଆମେରିକୀୟ ହେରିଟେଜ୍ ମାସ (JAHM) ହେଉଛି ମେ ମାସରେ ଆମେରିକାରେ ଆମେରିକୀୟ ଯିହୁଦୀମାନଙ୍କ ସଫଳତା ଏବଂ ଯୋଗଦାନର ଏକ ବାର୍ଷିକ ମାନ୍ୟତା ଏବଂ ଉତ୍ସବ। 

ରୋଜ ଗାର୍ଡନରେ ଅନୁଷ୍ଠିତ ସମାରୋହରେ ଅତିଥି ମାନେ ଏକତ୍ରିତ ହୋଇଥିଲେ । ଏହି ସମୟରେ, ବାଇଡେନ ଗାଜାରେ ଇସ୍ରାଏଲ ଘଟାଇଥିବା ହତ୍ୟାକାଣ୍ଡ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏଥ ସହ ଅନ୍ତରାଷ୍ଟ୍ରୀୟ ଅପରାଧିକ ଅଦାଲତ ପକ୍ଷରୁ ଇସ୍ରାଏଲ ନେତାଙ୍କ ବିରୋଧରେ ଯୁଦ୍ଧ ଅପରାଧ ପାଇଁ ୱାରେଣ୍ଟ ଜାରି କରିବା ଅନୁରୋଧକୁ ସେ ସମାଲୋଚନା କରିଛନ୍ତି । ଏହା ବ୍ୟତୀତ ହାମାସ ବିରୁଦ୍ଧରେ ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.