ନୂଆଦିଲ୍ଲୀ: ଦେଶରେ କ୍ରେଡିଟ କାର୍ଡ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । କ୍ୟାସବ୍ୟାକ୍ ଏବଂ ଅନ୍ୟ କେତେକ ସୁବିଧା ପାଇବାକୁ ଲୋକେ କ୍ରେଡିଟ୍ କାର୍ଡ ଜରିଆରେ ପେମେଣ୍ଟ କରୁଛନ୍ତି । କ୍ରେଡିଟ କାର୍ଡ ମାଧ୍ୟମରେ ଲୋକମାନେ ୧୯ ପ୍ରତିଶତ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି । ୧.୭ ଲକ୍ଷ କୋଟି ଟଙ୍କା କ୍ରେଡିଟ୍ କାର୍ଡରୁ ଖର୍ଚ୍ଚ କରିଛନ୍ତି ଭାରତୀୟ ।
ଏକ ରିପୋର୍ଟ ଅନୁସାରେ, ୨୦୨୪ ଜୁଲାଇ ମାସରେ କ୍ରେଡିଟ୍ କାର୍ଡ ଟ୍ରାଞ୍ଜାକ୍ସନ ୩୯ ପ୍ରତିଶତ ବଢିଥିଲା । ଏସବିଆଇ ସିକ୍ୟୁରିଟିଜ୍ର ରିପୋର୍ଟ ଅନୁସାରେ, କ୍ରେଡିଟ କାର୍ଡ ଉପରେ ଲୋକଙ୍କ ଭରସା ବଢ଼ିଛି । ସବୁଠୁ ଅଧିକ ଟ୍ରାଞ୍ଜାକ୍ସନ ଏଚଡିଏଫସି କ୍ରେଡିଟ୍ କାର୍ଡରେ ହୋଇଛି । ଦ୍ବିତୀୟ ସ୍ଥାନରେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ରହିଛି । ୬.୩ କୋଟି ଟ୍ରାଞ୍ଜାକ୍ସନ ସହ ତୃତୀୟ ସ୍ଥାନରେ ରହିଛି ଏସବିଆଇ କାର୍ଡ ।
ଏଚଡିଏଫସି ବ୍ୟାଙ୍କର ୟୁଜର୍ସ ଜୁଲାଇରେ ୪୪,୩୬୯ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ କ୍ରେଡିଟ କାର୍ଡରେ ୩୪,୫୬୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ସେହିଭଳି ଏସବିଆଇ କ୍ରେଡିଟ କାର୍ଡରୁ କେବଳ ଜୁଲାଇ ମାସରେ ୨୬,୮୭୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ତେବେ ୟୁପିଆଇର ସଫଳତା ଶୀର୍ଷ ଛୁଇଁଥିବା ବେଳେ କ୍ରେଡିଟ କାର୍ଡକୁ ବି ଲୋକମାନେ ଖୁବ ପସନ୍ଦ କରୁଥିବା ସ୍ପଷ୍ଟ ହୋଇଛି ।