ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଖୁବ୍‌ଶୀଘ୍ର ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍, ରାଉରକେଲାରୁ ପୁରୀ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୦୧/୦୯: ଶୀଘ୍ର ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଯାହା ରାଉରକେଲାରୁ ପୁରୀ ପର୍ଯ୍ୟନ୍ତ ଚାଲିବ । ଏ ନେଇ ୮ଟି କୋଚ୍‌ ପୂର୍ବତଟ ରେଳପଥକୁ ମିଳିଛି । ଯାହା ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ୍‌ କୋଚ୍‌ କାରଖାନାରେ  ତିଆରି କରାଯାଇଛି । ଏହି ବନ୍ଦେ ଭାରତ ରେକ୍‌  ଗୁରୁବାର ଅପରାହ୍ନ ୪ଟା ୪୫ରେ ଚେନ୍ନାଇ ରେଳ  ଡିଭିଜନ୍‌ରୁ ଖୋର୍ଦ୍ଧା ରେଳ ଡିଭିଜନ୍‌ ଅଭିମୁଖେ  ବାହାରିଥିବା ସୂଚନା ମିଳିଛି ।  

ଦ୍ୱିତୀୟ ବନ୍ଦେ ଭାରତ ରେକ୍‌ ଓଡ଼ିଶା ପହଞ୍ଚିବା  ପରେ ପୂର୍ବତଟ ରେଳପଥ ପକ୍ଷରୁ ଏହାର ଟ୍ରାଏଲ୍‌  ରନ୍‌ କରାଯିବ । ପରେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି  ଅନୁସାରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ  ହେବ । ଡିସେମ୍ବରରେ ଆଗୁଆ ନିର୍ବାଚନ ହେବା  ସମ୍ଭାବନା ଥିବାରୁ ସେପ୍ଟେମ୍ବର ମାସରେ ଓଡ଼ିଶାରେ  ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦଘାଟନୀ  ଉତ୍ସବ ଅନୁଷ୍ଠିତ ହୋଇପାରେ । ଏହି ଉତ୍ସବ ରାଉରକେଲାରେ ହେବାର ସମ୍ଭାବନା ରହିଛି ।  

ଗତ ମେ’ ୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ନୂଆଦିଲ୍ଲୀରୁ ଭର୍ଚୁଆଲ୍‌ରେ ଓଡ଼ିଶାର ପ୍ରଥମ ବନ୍ଦେ  ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିଥିଲେ । ଯାହା  ପୁରୀ ରେଳ ଷ୍ଟେସନରୁ ଛାଡ଼ିଥିଲା। ଏହି ଦ୍ୱିତୀୟ  ବନ୍ଦେ ଭାରତ ରାଉରକେଲାରୁ ଆରମ୍ଭ ହେବ  ବୋଲି ଆକଳନ କରାଯାଉଛି। ନିକଟରେ ତେଜସ୍‌  ର‌୍ୟାକ୍‌ ଯୁକ୍ତ ରାଜଧାନୀ ଏକ୍ସପ୍ରେସର ଉଦ୍‌ଘାଟନୀ  ଉତ୍ସବରେ ଶୀଘ୍ର ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚାଲିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବ କହିଥିଲେ। ପୁରୀରୁ ରାଉରକେଲା ଦ୍ୱିତୀୟ  ବନ୍ଦେ ଭାରତ ଚାଲିଲେ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ,  ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର  ଲୋକମାନେ ବିଶେଷ ଲାଭବାନ ହେବେ ।

Copyright © 2022 - Summa Real Media Private Limited. All Rights Reserved.