ପ୍ରମୂଖ ଖବର
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

‘ ଆଇନ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଛି, ବିଶ୍ୱର ଏହା ସବୁଠାରୁ ଉତ୍ତମ ପେସା ’

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ।  ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ଶିବ ଶଙ୍କର ମିଶ୍ର । 

ଆଇନ୍ ବୃତ୍ତି ଏକ ମହାନ୍ ବୃତ୍ତି । ତେଣୁ ଏହାକୁ ପେସା ଭାବେ ନେଇଥିବା ବ୍ୟକ୍ତିଙ୍କର ଆବଶ୍ୟକତା ହେଉଛି ଶାଳୀନତା । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ରେ ୨୦୨୪-୨୫ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ନୂତନ ବ୍ୟାଚର ଛାତ୍ରଛାତ୍ରୀଙ୍କ ନିମନ୍ତେ ରବିବାର ଆୟୋଜିତ ୧୪ତମ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଜଷ୍ଟିସ୍ ମିଶ୍ର । 

ପୂର୍ବ କାଳରେ ସମାଜ ସେବା ଏବଂ ପଛୁଆବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ହିଁ ଆଇନ୍ ବୃତ୍ତିର ଏକମାତ୍ର ଉଦ୍ଦେଶ୍ୟ ଥିବା ବେଳେ ଏହା ମାଧ୍ୟମରେ କେହି କେବେ ନିଜର ଜୀବିକା ଭାବେ ବିବେଚନା କରୁ ନଥିଲା । ସେତେବେଳେ ସଚ୍ଚୋଟତା ଏବଂ ସମର୍ପଣ ଭାବ ସହ ଏହି ବୃତ୍ତିରେ ସଂଶ୍ଳିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟ କରୁଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ସ୍ୱାଗତ ଭାଷଣ ଦେଇଥିଲେ । 

ଜଷ୍ଟିସ୍ ମିଶ୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ଖୁବ୍ ଭାଗ୍ୟବାନ ଯେ ସେମାନେ ସେମାନଙ୍କ ଶିକ୍ଷାନୁଷ୍ଠାନରେ କିଛି ପ୍ରସିଦ୍ଧ ଶିକ୍ଷକମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି ଯେଉଁମାନେ କି ଅନେକ ଆଇନ୍ ବିଶାରଦଙ୍କୁ ଗଢ଼ି ତୋଳିଛନ୍ତି । ଏଥି ସହିତ ବର୍ତ୍ତମାନ ଉପଲବ୍ଧ ଇଣ୍ଟରନେଟ ଏବଂ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଗ୍ରହଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜସାଧ୍ୟ କରିଦେଇଛି ।

ସେ ନୂତନ ଛାତ୍ରଛାତୀଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କୁ ଉପଦେଶ ଦେଇଥିଲେ । ଆଗାମୀ କିଛି ବର୍ଷ ସେମାନେ କେବଳ ପାଠପଢ଼ା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହି ଏହା ପରେ ସେମାନେ ଏହି ବୃତ୍ତିରେ କିଭଳି ସୁଯୋଗ ରହିଛି ସେ ସମ୍ପର୍କରେ ବିସ୍ତୃତ ଧାରଣା ପାଇପାରିବେ ବୋଲି କହିଥିଲେ । 

ଜଷ୍ଟିସ୍ ମିଶ୍ର କହିଥିଲେ ଯେ ଏହି କାର୍ଯ୍ୟକ୍ରମ  ତାଙ୍କୁ ଯୁବବର୍ଗଙ୍କ ସହ ଆଲୋଚନା କରିବା ନିମନ୍ତେ ସୁଯୋଗ ସୃଷ୍ଟି କରିଛି । ସୋଆ ଲ’ସ୍କୁଲର କିଛି ଗ୍ରାଜୁଏଟ୍ ମଧ୍ୟ ତାଙ୍କ ପାଖରେ ଇନ୍‌ଟର୍ଣ୍ଣ ଭାବେ କାର୍ଯ୍ୟ କରିଛନ୍ତି ବୋଲି ସେ କହିଥିଲେ । 

ପ୍ରଫେସର ନନ୍ଦ କହିଥିଲେ ଯେ ଆଇନଜୀବୀ ଏବଂ ବିଚାରପତିମାନଙ୍କୁ ସମାଜରେ ମେଧାରେ ପ୍ରତୀକ ବୋଲି ବିବେଚନା କରାଯାଏ । ଛାତ୍ରଛାତ୍ରୀମାନେ ଆଲୋଚନା, ବିତର୍କ ଏବଂ ଜଟିଳ ଭାବେ ଚିନ୍ତା କରି ସେମାନଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ କହିଥିଲେ । 

ପ୍ରଫେସର ଆଜାଦ କହିଥିଲେ ଯେ ଏହି ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଅପୂର୍ବ ଯାତ୍ରାର ଅୟମାରମ୍ଭ । ଏହା ସେମାନଙ୍କୁ ଆଇନ୍ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ସହିତ ବିଚାର ବ୍ୟବସ୍ଥାକୁ ବୁଝିବାରେ ମଧ୍ୟ ସାହାଯ୍ୟ କରିବ । ଅନୁଷ୍ଠାନର ଆସୋସିଏଟ୍ ପ୍ରଫେସର ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.