ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଜୀବିକା ପାଇଁ ସମସ୍ୟାରେ ଜିଲ୍ଲାବାସୀ , ଜଳସେଚନ ସୁବିଧା ନଥିବାରୁ ଉଜୁଡି ଗଲା ପନିପରିବା ଚାଷ

Published By : Prameya | April 12, 2024 10:11 PM

ମାଲକାନଗିରି - ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀଙ୍କ ଚାଷ ହେଉଛି ଏକମାତ୍ର ଜୀବିକା। ହେଲେ ଚାଷ ପାଇଁ ଏବେ ଦାଉ ସାଜିଛି ପାଣି। ଚାଷ ଜମିକୁ ଠିକ୍‌ ଭାବେ ଜଳସେଚନ ସୁବିଧା ନଥିବା ଓ ଜଳସ୍ତର କମି ଯିବାରୁ ବିଶେଷ କରି ପନିପରିବା ଚାଷ ଉଜୁଡି ଯିବାକୁ ବସିଲାଣି। ନିଜ ଜମିରେ ଜଳସେଚନ ବ୍ୟବସ୍ଥା ନଥିବା ବେଳେ ନଳକୂପ କରି ବୋରିଂ ପାଣି ଦ୍ୱାରା ଦୀର୍ଘ ବର୍ଷ ଧରି ସେମାନେ ପନିପରିବା ଚାଷ କରି ଆସୁଛନ୍ତି। ହେଲେ ଏବେ ନଳକୂପରେ ଜଳସ୍ତର ହ୍ରାସ ପାଉଥିବା ବେଳେ ଫସଲ ଆମଦାନୀ କମିବାରେ ଲାଗିଛି। ଅନ୍ୟପଟେ ବଜାରରେ ପନିପରିବା ଦର ମଧ୍ୟ ହ୍ରାସ ହେବା ଯୋଗୁଁ ବହୁତ କ୍ଷତି ସହିବାକୁ ପଡୁଛି ସେହି ଚାଷୀମାନଙ୍କୁ। 

ମାଲକାନଗିରି ଜିଲ୍ଲାର ତଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ଏମ.ଭି-୧୫ ଗ୍ରାମର ପରିବା ଚାଷୀ ଉତ୍ତମ ମଲ୍ଲିକ ଓ ଜୟଦେବ ମଜୁମଦାର ଗତ ୭ ବର୍ଷ ଧରି ନିଜ ଜମିରେ ପନିପରିବା ଚାଷ କରି ନିଜ ପରିବାରର ଭରଣପୋଷଣ କରି ଆସୁ ଥିଲେ। ତେବେ ଉତ୍ତମ ମଲ୍ଲିକଙ୍କ କହିବା ଅନୁସାରେ, ପୂର୍ବରୁ କେବଳ ଧାନ ଚାଷ କରି ଜୀବିକା ବିତାଉଥିଲେ , ହେଲେ ସରକାରଙ୍କ ଦ୍ୱାରା ନିଜ ଜମିରେ ନଳକୂପଟିଏ ଯୋଗାଇ ଦିଆଯିବା ପରେ , ଗତ ୭ ବର୍ଷ ଧରି ବୋରିଂ ପାଣିରେ ଧାନ ଚାଷ ଠାରୁ ଆରମ୍ଭ କରି ଲାଭଦାୟକ ପୋଟଳ, ଟମାଟୋ, କୋବି, ଭେଣ୍ଡି ଆଦି ବିଭିନ୍ନ ପ୍ରକାର ପନିପରିବା ଚାଷ କରି ବର୍ଷକୁ ପ୍ରାୟ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି। 

ହେଲେ ବର୍ତ୍ତମାନ ତାଙ୍କ ବୋରିଂରେ ଜଳସ୍ତର ହ୍ରାସ ପାଇବା ଯୋଗୁଁ ପନିପରିବା ଉତ୍ପାଦନ ମଧ୍ୟ କମି ଯାଇଛି । ପୁର୍ବରୁ ଯେତିକି ଚାଷ କରୁଥିଲେ ବର୍ତ୍ତମାନ ତା ଠାରୁ କମ୍‌ ଚାଷ କରିବାକୁ ପଡୁଛି। ଯାହାକୁ ନେଇ ଏବେ ଚିନ୍ତାରେ ଉତ୍ତମ ମଲ୍ଲିକ। କେବଳ ଉତ୍ତମ ମଲ୍ଲିକ ନୁହନ୍ତି ତାଙ୍କ ପରି ଏମ.ଭି.୧୫ ଗ୍ରାମର ଅନ୍ୟ ଅନେକ ଚାଷୀଙ୍କ ଅବସ୍ଥା ଏକାପରି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.