ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ପରଲୋକ, ୮୩ ବର୍ଷ ବୟସ ତ୍ୟାଗ କଲେ ଶେଷ ନିଶ୍ବାସ

ଭୁବନେଶ୍ୱର,୨୨/୦୩: ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ। ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଶୁକ୍ରବାର ସକାଳେ ୫ଟା ୨୩ ମିନିଟ୍‌ରେ ଭୁବନେଶ୍ଵରରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲା ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି। ଦାମଙ୍କ ପରଲୋକରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଦେହାନ୍ତ ନେଇ ପୁଅ ସମ୍ବିତ ରାଉତ ସୂଚନା ଦେଇଛନ୍ତି। 

ସୂଚନା ଅନୁଯାୟୀ, ଗତ ୧୮ ତାରିଖ  ବିଳମ୍ବିତ ରାତିରେ ଡାକ୍ତର ଦାମୋଦର ରାଉତ ଅସୁସ୍ଥ ହୋଇ  ପଡ଼ିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ  ନିଆଯାଇଥିଲା । ମେଡିକାଲ ନେବା ବାଟରେ  ତାଙ୍କର ହୃଦ୍‌ଘାତ ହୋଇଥିଲା । ହସ୍ପିଟାଲରେ ଭର୍ତ୍ତି  ହେବା ପରେ ସିପିଆର୍‌ (କାର୍ଡିଓ ପଲମୋନାରି  ରିସସ୍‌ସାଇଟେସନ୍‌) ଦିଆଯାଇ ନ ଥିଲା । ତେଣୁ  ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା ।  ତେଣୁ ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। କାର୍ଡିଓଲୋଜି, ନେଫ୍ରୋଲୋଜି, ନ୍ୟୁରୋଲୋଜି, ମେଡିସିନ ବିଭାଗର ବିଶେଶଜ୍ଞ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଅବସ୍ଥା କ୍ରିଟିକାଲ ଥିବା ଡାକ୍ତର କହିଥିଲେ। ଶୁକ୍ରବାର ସକାଳେ ୫ଟା ୨୩ ମିନିଟ୍‌ରେ  ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ରାଜନୈତିକ ମହଲରେ ଶୋକରଛାୟା ଖେଳିଯାଇଛି।

୧୯୪୨ ଜୁଲାଇ ୨ ତାରିଖରେ ଜଗତସିଂହପୁରରେ  ଦାମୋଦର ରାଉତଙ୍କ ଜନ୍ମ। ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ଜଣେ ଟାଣୁଆ ନେତା ଭାବେ ଜଣାଶୁଣା। ୭ ଥର ବିଧାୟକ, ବହୁବାର ମନ୍ତ୍ରୀ ହୋଇଛନ୍ତି । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ୪ ଥର ବିଧାୟକ ହୋଇଛନ୍ତି ।  ବିବାଦୀୟ ମନ୍ତବ୍ୟ ପାଇଁ କିନ୍ତୁ ତାଙ୍କୁ ମନ୍ତ୍ରୀ ପଦ ସହ ବିଜେଡିରୁ ବିଦା ହେବାକୁ ପଡିଥିଲା। ବିଜେପି ଟିକେଟ୍‌ରେ ୨୦୧୯ରେ ବାଲିକୁଦା-ଏରସମାରୁ ନିର୍ବାଚନ ଲଢି ହାରିଥିଲେ। ଗତ କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ପୁଣିଥରେ ବିଜେଡିକୁ ଫେରାଇ ଆଣିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.