ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପାଣି ପାଇଁ ଡହଳ ବିକଳ ଶାସିପଦର ଗ୍ରାମବାସୀ : ଚୁଆ ପାଣି ଭରସା, ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଫିରିଙ୍ଗିଆ, ୨୪/୩ : ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତର ଶାସିପଦର ଗାଁ କାଶିନୀ ପଦର ପଞ୍ଚାୟତ ର ୧ ନମ୍ବର ୱାର୍ଡର  ସିମୁଳି ସାହିରେ ଲୋକେ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି  l ଆଜି ପର୍ଯ୍ୟନ୍ତ ଏମାନଙ୍କ ପାଇଁ ଗୋପୀଙ୍ଗିଆ ଡ୍ୟାମ ତଳେ ଥିବା ବିଲ ନିକଟ ଚୁଆ ପାଣି ଭରସା l ଖରା ହେଉ କି ବର୍ଷା ବର୍ଷ ତମାମ ଏମାନେ ଚୁଆ ପାଣି ଉପରେ ଭରସା କରିଥାନ୍ତି l ଦୀର୍ଘ ବର୍ଷ ହେବ ସିମୁଳି ସାହି ଗାଁର ଲୋକେ ପାଣି ନ ଥିବା ଘଟଣାକୁ ନେଇ ପଞ୍ଚାୟତଠାରୁ ଜିଲ୍ଲାପାଳଙ୍କ ଜନଶୁଣାଣି, ଫିରିଙ୍ଗିଆ ବିଡିଓ ଜଳ ଯୋଗାଣ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଲିଖିତ ଭାବେ ପାଣି ସମସ୍ୟା ନେଇ ଜଣାଇଥିଲେ l 

କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପାଣି ସମସ୍ୟାର ସମାଧାନ କରାଯାଇନଥିବାବେଳେ କାଗଜ କଲମରେ ସବୁ ସମସ୍ୟା ସମାଧାନ ହୋଇଥିବା କିଛି ସରକାରୀ କାଗଜପତ୍ର ରିପୋର୍ଟରୁ ଜଣା ପଡିଛି l ଗାଁରେ ଗୋଟିଏ ନଳକୂପ ଅଛି କିନ୍ତୁ ୨ ବାଲଟିରୁ ଅଧିକ ପାଣି ବାହାରୁ ନ ଥିବାବେଳେ ଗୋଳି ପାଣି ସହ ଭିତରୁ ଚେକା ଚେକା ହୋଇ ମଇଳା ବାହାରିବା ଦ୍ୱାରା ତାହା ପିଇବା ଏବଂ ରୋଷେଇ କରିବା ଉପଯୋଗୀ ହୋଇ ପାରୁନାହିଁ l କୂଅ କି ଅନ୍ୟାନ୍ୟ ବ୍ୟବସ୍ଥା ନଥିବା ବେଳେ କାଗଜ କଲମରେ ୩ଟି ନଳ କୂପ ଓ ୩ଟି କୂପ ଥିବା ଦର୍ଶାଯାଇଛି l ପାଣି ସମସ୍ୟାରେ ଏହି ଗ୍ରାମବାସୀ ସମୁଖୀନ ହେଉଥିବାବେଳେ ତୁରନ୍ତ ଗାଁରେ ପାଣି ଯୋଗାଇ ଦିଆ ନଗଲେ  ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ସିମୁଳି ସାହିର ତିରିଶ ପରିବାର ଏବଂ ୧୫୦ରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ସହ ଗାଁର କେଶବ ଦିଗାଲ, ବିନୋଦ ଦିଗାଲ, ରାସପତି ଦିଗାଲ, ଦୁଃଶାସନ ଦିଗାଲ, କରମସିଂ ଦିଗାଲ, ସୁନାସିର ଦିଗାଲ, ଲିଲି ଦିଗାଲ, ନମିତା ଦିଗାଲ ଅନିତା ଦିଗାଲ ଝିଲି ଦିଗାଲ ସସ୍ମିତା ଦିଗାଲ ପ୍ରିୟା ଦିଗାଲ ଓ ଅନ୍ୟ ମାନେ କହିଛନ୍ତି l ଏହି ଘଟଣାକୁ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଜି ଦେବହରି ପ୍ରଧାନ ଙ୍କୁ ପଚାରିବାରୁ ଏହି ଗାଁରେ ପାଣି ସମସ୍ୟା ରହିଛି ୨ ଦିନ ଭିତରେ ପାଣି ବ୍ୟବସ୍ଥା କରି ଦିଆଯିବ ବୋଲି କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.