ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ପୁଣି କଡ଼ ଲେଉଟାଇଲା ଥଣ୍ଡା ଓ ଜ୍ୱର: ପ୍ରତି ପରିବାରରେ ଆକ୍ରାନ୍ତ, ନୟାନ୍ତ ହେଲେଣି ଲୋକେ

ଭୁବନେଶ୍ୱର,୦୮/୧୨: ରାଜ୍ୟରେ ପୁଣି କଡ଼ ଲେଉଟେଲାଣି ଥଣ୍ଡା, ଜ୍ୱର ଓ କାଶ । ଭାଇରାଲା ଫିଭର, ଶ୍ୱାସ, ଆଲର୍ଜି ଭଳି ସଂକ୍ରମଣରେ ନୟାନ୍ତ ହେଲେଣି ଲୋକେ । ଘରେ ଘରେ ଲୋକେ ସଂକ୍ରମିତ । ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଯନ୍ତ୍ରଣାରେ କଲବଲ । ହସ୍ପିଟାଲ୍‌ରେ ଆରମ୍ଭ ହେଲାଣି ଲମ୍ବା ଲାଇନ୍‌ । ଓପିଡି ଓ ଆଇପିଡିରେ ପାଦ ପକେଇବାକୁ ଜାଗା ନାହିଁ । ଗତ ମାସ ତୁଳନାରେ ସଂକ୍ରମଣ ୩ ଗୁଣ ବଢ଼ିଛି । ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ପାଣିପାଗରେ ପରିବର୍ତ୍ତନ ସଂକ୍ରମଣ ବୃଦ୍ଧିରେ ସହାୟକ ହୋଇଛି ବୋଲି ସେମାନେ କହିଛନ୍ତି । 

ଆରଏମ୍‌ଆର୍‌ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ପାଣିପାଗ ପରିବର୍ତ୍ତନ ପାଇଁ ସଂକ୍ରମଣ ସଂଖ୍ୟା ବଢ଼ୁଛି । କୌଣସି ନୂଆ ଭୂତାଣୁ ଚିହ୍ନଟ ହୋଇନାହାନ୍ତି । ତେଣୁ ଭୟଭୀତ ହେବାର କାରଣ ନାହିଁ । ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ଜରୁରି ବୋଲି ସେ କହିଛନ୍ତି । ପିଜିଆଇଏମ୍‌ଇଆର ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରେମକାନ୍ତ ମହାନ୍ତି କହିଛନ୍ତି, ଗତ ମାସ ଅପେକ୍ଷା ହଠାତ ୩୦ ପ୍ରତିଶତ ରୋଗୀ ବଢ଼ିଛନ୍ତି । ସଂକ୍ରମଣରୁ ବର୍ତ୍ତିବା ପାଇଁ ଭିଟାମିନ ସି ନେଇ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । 

ଏମ୍‌ସ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ରଶ୍ମି ରଞ୍ଜନ ଦାସ କହିଛନ୍ତି, ବର୍ତ୍ତମାନ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ପ୍ରାୟ ୪୦% ପାଖାପାଖି ବଢ଼ିଛି । ଚିକିତ୍ସା ପରେ ୩ରୁ ୪ଦିନ ଭିତରେ ସୁସ୍ଥ ହେଉଛନ୍ତି । ହେଲେ ଶ୍ୱାସରୋଗ କ୍ଷେତ୍ରରେ ଜଟିଳତା ଦେଖାଦେଉଛି । ଶିଶୁଙ୍କ କ୍ଷେତ୍ରରେ ଧଇଁସଇଁ ବଢ଼ୁଛି । ତେଣୁ ଅଧିକାଂଶ ଶିଶୁଙ୍କୁ ନେବୁଲାଇଜେସନ୍‌ ଦେବାକୁ ପଡ଼ୁଛି । 

ଆୟୁର୍ବେଦିକ ଡାକ୍ତର ସଞ୍ଜୟ କୁମାର ମହାପାତ୍ର କହିଛନ୍ତି, ଥଣ୍ଡା ସର୍ଦ୍ଦିର ପ୍ରତିଷେଧ ପାଇଁ ଘରୋଇ ଚିକିତ୍ସା ବହୁ ମାତ୍ରାରେ ଫଳପ୍ରଦ । ସକାଳୁ ଗୋଟେ ଗ୍ଲାସ୍‌ ଉଷୁମ ପାଣିରେ ସାମାନ୍ୟ ଲୁଣ ପକେଇ ଗାର୍ଗିଲିଂ କରିବା ଦରକାର । ଆଉ ଗୋଟେ ଗ୍ଲାସ୍‌ ଉଷୁମ ପାଣିରେ ଏକ ଚା ଚାମଚ୍‌ରେ ହଳଦୀ ଗୁଣ୍ଡ ପକେଇ ପିଇବା ଆବଶ୍ୟକ । ତୁଳସୀ ପତ୍ର ରସ ଅଦା ରସ ଏବଂ ମହୁ ପକେଇ ସକାଳ ସନ୍ଧ୍ୟାରେ ସେବନ କରନ୍ତୁ । ଆହୁରି ପିପଳି ଗୁଣ୍ଡକୁ ମହୁ ସହ ମିଶାଇ ମଧ୍ୟ ସେବନ କଲେ ଥଣ୍ଡା ହେବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.