ନୂଆଦିଲ୍ଲୀ,୮।୨: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଗୋଟିଏ ବି ମ୍ୟାଚ୍ ନ ଖେଳିବାର ଆଶଙ୍କା ବଢିଛି। ପୂର୍ବରୁ ଏଭଳି ରିପୋର୍ଟ ଆସିଥିଲା ଯେ, ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଖେଳିପାରନ୍ତି, କିନ୍ତୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ବିରାଟ କୋହଲି ପୁରା ସିରିଜ ଖେଳି ନପାରନ୍ତି
ଫେବୃଆରୀ ୯ ରେ ଶେଷ ତିନୋଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ଭାରତୀୟ କ୍ରିକେଟ୍ କନଟ୍ରୋଲ ବୋର୍ଡ(ବିସିସିଆଇ)କୁ ଏପର୍ଯ୍ୟନ୍ତ ବିରାଟ କୋହଲି ଏହି ସୂଚନା ଦେଇ ନାହାନ୍ତି ଯେ, ବାକି ଥିବା କେତେ ମ୍ୟାଚ୍ରେ ଖେଳିବାକୁ ସେ ଉପଲବ୍ଧ ଅଛନ୍ତି ?
କୋହଲି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା କରିନେଇଛନ୍ତି, କିନ୍ତୁ ବ୍ୟକ୍ତିଗତ କାରଣ କହି ବିରାଟ ସିରିଜ ଆରମ୍ଭରୁ ନାଁ ଫେରାଇ ନେଇଛନ୍ତି। ବିରାଟ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଉପଲବ୍ଧ ନାହାନ୍ତି ବୋଲି କହିଥିଲେ। ଏହାପରେ ଇଏସ୍ପିଏନ୍ କ୍ରିକ୍ ଇନଫୋର ରିପୋର୍ଟ ଅନୁସାରେ ବିରାଟ ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ ଖେଳି ନ ପାରନ୍ତି। ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଟିମ୍ ଇଣ୍ଡିଆକୁ ଫେରିବା ନେଇ ବିରାଟ କୋହଲି ନିଜେ ନିର୍ଦ୍ଧାରଣ କରିବେ। କୋହଲି ଦଳ ପାଇଁ ନଖେଳିବା ଟିମ୍ ଇଣ୍ଡିଆ ପାଇଁ ଏକ ଝଟକା। କାରଣ ଏବେ ଖୁବ୍ ଭଲ ଫର୍ମରେ ଅଛନ୍ତି।