ନୀଳଗିରି,୨୮/୫ : ବାଲେଶ୍ୱର ଜିଲ୍ଲା ନୀଳଗିରି ତୋଫାନୀ ଗସ୍ତରେ ଆଜି ଆସି ନିର୍ବାଚନ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ। ନୀଳଗିରି ବ୍ଲକ ଅଧିନ ବଣଭୂଇଁ ପଡ଼ିଆରେ ହେଲିକ୍ୟାପରରେ ଓହ୍ଲାଇ ସଧାରଣ ସଭାରେ ଯୋଗ ଦେଇଥିଲେ। ସାଧାରଣ ଲୋକଙ୍କ ସହ ହାତ ମିଳାଇ ମିଶିବା ସହିତ ସଭାସ୍ଥଳକୁ ଯାଇଥିଲେ। ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ଡବଲ ଶଙ୍ଖରେ ଜିତାଇବାକୁ ଆହ୍ୱାନ ଦେଇଥିଲେ।
ନୀଳଗିରି ଜଗନ୍ନାଥ ମନ୍ଦିରର ବିକାଶ, ପଞ୍ଚଲିଙ୍ଗେଶ୍ୱର ମନ୍ଦିରର ବିକାଶ ସହ ଗାଁ ଗାଁ ମନ୍ଦିରର ବିକାଶ ହୋଇଥିବା କହିଥିଲେ। ଆଦିବାସୀମାନଙ୍କର ଜାହିରା ସହିତ ତାଙ୍କର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏସଡିସି ସଂସ୍ଥା ଖୋଲିଥିବା କହିଥିଲେ । ସେହିପରି ବିଧାୟକ ଇଂ ନାୟକ ବିରୋଧ ଦଳରେ ଥାଇବି ମୁଖ୍ୟମନ୍ତ୍ରୀ ଦପ୍ତର ଯାଇ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ଥିଲେ ବୋଲି କହିଥିଲେ । କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ଗ୍ୟାସ, ତେଲ, ପେଟ୍ରୋଲ, ଡାଲି, ଅତ୍ୟାବଶ୍ୟକ ସାମଗ୍ରୀ ହୁହୁ ହୋଇ ବଢିଥିବା କହିଥିଲେ । ତେଣୁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ। ୨୫ହଜାରରୁ ଊର୍ଦ୍ଧ୍ବ ଲୋକ ସମାଗମ ହୋଇଥିବାବେଳେ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ବେଶ ଉତ୍ସାହିତ ଥିବା ଦେଖାଯାଇଛି।